ଜଗତସିଂହପୁରଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏରସମା ଗ୍ରାମରେ ରେଲୱେରେ ଚାକିରି କରେଇଦେବା କହି ଦୁଇ ଜଣ ଯୁବକ ୨୫ ଲକ୍ଷ ଠକି ନେଇଥିବା ଅଭିଯୋଗରେ ଶନିବାର ଗିରଫ ହୋଇଛନ୍ତିl ସେମାନେ ହେଲେ ଏରସମାର ନିରାକାର ସ୍ୱାଇଁ (୪୦) ଓ ତିର୍ତୋଲ ଅଞ୍ଚଳର ରାକେଶ ମହାନ୍ତି (୩୮)। ଜଗତସିଂହପୁରଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏରସମା ଗ୍ରାମରେ ରେଲୱେରେ ଚାକିରି କରେଇଦେବା କହି ଦୁଇ ଜଣ ଯୁବକ ୨୫ ଲକ୍ଷ ଠକି ନେଇଥିବା ଅଭିଯୋଗରେ ଶନିବାର ଗିରଫ ହୋଇଛନ୍ତିl ସେମାନେ ହେଲେ ଏରସମାର ନିରାକାର ସ୍ୱାଇଁ (୪୦) ଓ ତିର୍ତୋଲ ଅଞ୍ଚଳର ରାକେଶ ମହାନ୍ତି (୩୮)ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏରସମାର ଉମାଶଙ୍କର ସାହୁଙ୍କୁ ରେଲୱେରେ ଚାକିରି କରାଇଦେବା ପାଇଁ ୨୫ ଲକ୍ଷ ଟଙ୍କା ଅଭିଯୁକ୍ତ ଦୁଇଜଣ ମାଗିଥିଲେ ।
ଉମାଶଙ୍କର ଫୋନପେ ମାଧ୍ୟମରେ ରାକେଶଙ୍କ ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଗତ ବର୍ଷ ପଠାଇ ଥିଲେl ବର୍ଷେ ହେଲା ଚାକିରି ନହେବାରୁ ଉମାଶଙ୍କର ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ବଳରେ ଏରସମା ଥାନା ପକ୍ଷରୁ କେଶ ନଂ ୧୭୦/୨୫ରେ ଶନିବାର ରାକେଶ ମହାନ୍ତି ଓ ନିରାକାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିlଉମାଶଙ୍କର ଫୋନପେ ମାଧ୍ୟମରେ ରାକେଶଙ୍କ ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଗତ ବର୍ଷ ପଠାଇ ଥିଲେl ବର୍ଷେ ହେଲା ଚାକିରି ନହେବାରୁ ଉମାଶଙ୍କର ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ବଳରେ ଏରସମା ଥାନା ପକ୍ଷରୁ କେଶ ନଂ ୧୭୦/୨୫ରେ ଶନିବାର ରାକେଶ ମହାନ୍ତି ଓ ନିରାକାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।









