ରାହୁଲଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ

ଭୋଟ ଚୋରିକୁ ନେଇ ରାହୁଲ ଚର୍ଚାରେ । ତେବେ ସେ ଯେଉଁ ଅଭିଯୋଗ ଆଣୁଛନ୍ତି ତାକୁ ଅନେକ ଲୋକଙ୍କ ପସନ୍ଦ ଆସୁନି । ତାଙ୍କ ଭାଷଣ ଅଧିକାଂଶ ଭାରତ ବିରୋଧରେ ବୋଲି ଅଭିଯୋଗ ହେଉଛି ।  ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ ଏକ ଆବେଦନ ଦାଖଲ କରିଛନ୍ତି। ଆବେଦନରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଦେଶ ବିରୋଧୀ ଏବଂ ଭାରତର ଏକତା ବିରୋଧୀ ବୋଲି ବର୍ଣ୍ଣନା କରାଯାଇଛି। ସେ ରାହୁଲ ଗାନ୍ଧୀ ଏବଂ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି।ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ ଲକ୍ଷ୍ନୌ କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଛନ୍ତି, ଯେଉଁଥିରେ ରାହୁଙ୍କ ବକ୍ତବ୍ୟ, “ଆମେ ଏବେ ବିଜେପି, ଆରଏସଏସ ଏବଂ ଭାରତୀୟ ରାଜ୍ୟ ବିରୁଦ୍ଧରେ ଲଢୁଛୁ” ବିଷୟରେ  ଉଲ୍ଲେଖ କରାଯାଇଛି।

ସେପଟେ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଡ୍ରୋଜେନ୍ ବମ୍ ବର୍ତ୍ତମାନ ଖବରରେ ଅଛି। ସେ ପୁଣି ଥରେ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ ଚୋରି କରି ନିର୍ବାଚନ ଜିତିଛନ୍ତି। ୱାୟାନାଡ ଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ କହିଛନ୍ତି, ଏଥର ଆମେ ଭୋଟ ଚୋରିର ଏପରି ପର୍ଦ୍ଦାଫାସ କରିବାକୁ ଯାଉଛୁ, ଯାହା ଦ୍ବାରା  ଭାରତରେ କାହାରି ଆଉ କୌଣସି ସନ୍ଦେହ ରହିବ ନାହିଁ।

Leave a Reply

Your email address will not be published. Required fields are marked *