ପୈତୃକ ଗାଁରେ ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ ସଂପନ୍ନ

ଓଡିଶାର ସୁନାମଧନ୍ୟ କଳାକାର ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ହୋଇଥିବା ବେଳେ ଆଜି ଟିଟିଲାଗଡ଼ର ତାଙ୍କ ପୈତୃକ ଗାଁରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଏହା ସହ ଓଡ଼ିଶା ସିନେ ଜଗତରେ ଏକ ନୂତନ ଅଧ୍ୟାୟର ଅନ୍ତ ଘଟିଛି। ଖ୍ରୀଷ୍ଟିୟ ଧର୍ମାନୁସାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିବା ବେଳେ ହ୍ୟୁମାନଙ୍କୁ ନେଇ ସୃଷ୍ଟି ହୋଇଛି ନୂଆ ଏକ ବିବାଦ।

ବିଦାୟ ବେଳେ କାହିଁକି ଏ ବିବାଦ। କାହିଁକି ହ୍ୟୁମାନଙ୍କୁ ନେଇ ଚାଲିଛି ଏଭଳି ବୟାନବାଜି। ହ୍ୟୁମାନ ସିନା କବର ନେଇଗଲେ ହେଲେ ବିବାଦ କବର ନେଲାନି। ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଶୋକ ସାଗରରେ ଥିବା ବେଳେ ନୂଆ ଏକ ବିବାଦ ସୃଷ୍ଟି ହୋଇଛି। ୩୫ ବର୍ଷର ପୁଅଲର ମୃତ୍ୟୁରେ ହତବାକ ହୋଇଯାଇଥିବା ମାଙ୍କ କ୍ଷୋଭରୁ ସୃଷ୍ଟି ହୋଇଛି ଏହି ବିବାଦ। ହ୍ୟୁମାନଙ୍କ ମା ସେଫାଳି ସୁନା କହିଥିଲେ ଯେ ପୁଅକୁ ମାରି ଦିଆଯାଇଛି। ପୁଅ ଅସୁସ୍ଥ ଥିବା ସତ୍ତ୍ବେ ତାଙ୍କୁ ବାରମ୍ବାର ରାତି ଅନିଦ୍ରା କରି ପ୍ରୋଗ୍ରାମରେ ଯିବା ପାଇଁ ବାଧ୍ୟ କରାଯାଉଥିଲା। ଆସନ୍ତୁ ଶୁଣିବା ଗତକାଲି ହ୍ୟୁମାନଙ୍କ ମା କଣ କହିଥିଲେ।

ସେପଟେ ଏଭଳି କଥା ଶୁଣି ଚିହିଁକି ଉଠିଛନ୍ତି ହ୍ୟୁମାନଙ୍କ ପର୍ସନାଲ ଆସିଷ୍ଟାଣ୍ଟ। ତାଙ୍କ ଭଉଣୀ ଏହାର ଜବାବ ଦେଇଥିଲେ ଯେ ହ୍ୟୁମାନଙ୍କୁ କି ରୋଗ ହୋଇଥିଲା। ସେ କି ଔଷଧ ନେଉଥିଲେ ଏନେଇ ତାଙ୍କ ପରିବାର ଲୋକ ଜାଣନ୍ତି କି। ହ୍ୟୁମାନଙ୍କ ମାନସିକ ଅଶାନ୍ତି ପାଇଁ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଦାୟୀ କରିଛନ୍ତି।

ଦର୍ଶକ ବନ୍ଧୁ ବିଦାୟ ବେଳେ ଏ ବିବାଦ କାହିଁକି। ହ୍ୟୁମାନ ଖୁବ କମ ବୟସରେ ଲୋକପ୍ରିୟତାର ଶୀର୍ଷକୁ ପହଞ୍ଚିଥିଲେ। ତେବେ ସେ ନ ଚାହିଁବା ସତ୍ତ୍ବେ ଅନେକ ସମୟରେ ସେ ବିବାଦ ଭିତରକୁ ଘେରି ହୋଇ ଆସୁଥିଲେ। ଆଉ ତାଙ୍କର ମୃତ୍ୟୁ ପରେ ବି ତାଙ୍କୁ ନେଇ ବିବାଦ ସୃଷ୍ଟି ହେବାକୁ ଅନେକ ନିନ୍ଦା କରିଛନ୍ତି। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହ୍ୟୁମାନ ସାଗରଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ସଇଁନ୍ତଳା ଡେଙ୍ଗ ଗାଁ । ଏଠାରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ହୋଇଥିଲା। ସେଠାରେ ବହୁ ବ୍ୟକ୍ତି ବିଶେଷ ପହଞ୍ଚିଥିଲେ। ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ବୟସ ୩୫। ଏତେ କମ ବୟସରେ ହ୍ୟୁମାନ ସଫଳତାର ଯେଉଁ ଶୀର୍ଷକୁ ଯାଇଥିଲେ ତାଙ୍କର ଏମିତି ବିୟୋଗ ସିନେ ଜଗତ ଓ ସଂଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *