ମହିଳା କମିଶନ ଅଧକ୍ଷା ସୋଭନା ମହାନ୍ତିଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ମହିଳା ନେତ୍ରୀ

ବିଜେପି ମହିଳା ସଭାନେତ୍ରୀ ସୁଭାଷିନୀ ପୁଷ୍ଟି ସହିତ ରାଜ୍ୟରେ ଥିବା ବିଜେପି ମହିଳା ନେତ୍ରୀ ମାନେ ନବ ନିଯୁକ୍ତି ମହିଳା କମିଶନ ଙ୍କୁ ଶ୍ରୀମତୀ ସୋଭନା ମହାନ୍ତି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ମହିଳା କମିଶନ ଅଫିସ ଯାଇ ସେଠାରେ ମହିଳାନେତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ମହିଳା କମିଶନର ଶ୍ରୀମତୀ ସୋଭନା ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଶ୍ରୀମତୀ ମହାନ୍ତି କହିଥିଲେ ଓଡିଶା ରେ ଏବେ ଛାତ୍ରଛାତ୍ରୀ ମାନେ ଆତ୍ମା ହତ୍ୟା କରିବା ଘଟଣାକୁ ନେଇ କହିଥିଲେ ଯେ ଯୁବତୀମାନେ ନିଜକୁ ଦୁର୍ବଳ ମନେ କରିବା କଥା ନୁହେଁ । ଜୀବନରେ ଅନେକ କିଛି କରିବାର ଅଛି । ଶେଷ ବାଟ ଆତ୍ମାହତ୍ୟା ନୁହେଁ ।  ସମସ୍ୟା ସମାଧାନ କରିବାକୁ ଆମେ ଚେଷ୍ଟା କରିବା । ଖାଲି ସରକାରଙ୍କୁ ସବୁ କଥାରେ ବି ଦାୟୀ କରାଯାଇ ପାରିବ ନାହିଁ ।

ସମସ୍ତେ ମିଶି କରି ସବୁ କଥା ସମାଧାନ କରିବା ଆବଶ୍ୟକ ।  ଆଊ ଭୁଲ ଯାହାର ଅଛି ଦୋଷୀକୁ ଦଣ୍ଡ ଦିଆ ଯିବା ଉଚିତ । ଯଦି ମହିଳାଙ୍କର କିଛି ସମସ୍ୟା ରହିଛି  । ତେବେ ଆମ ପାଖକୁ ଆସନ୍ତୁ  । ଆମେ ସବୁ ସମସ୍ୟାର ସମାଧାନ କରିବା  । ଆତ୍ମା ହତ୍ୟା କରନ୍ତୁ ନାହିଁ  । ନ୍ୟାୟ ପାଇଁ ଲଢେଇ କରନ୍ତୁ ।  ଶେଷରେ କହିଲେ ମଣିଷ ଜୀବନ ଦୁର୍ଲଭ ଜୀବନ । ଆଗକୁ ବଢ଼ିଚାଲିବା ଉଚିତ ।

Leave a Reply

Your email address will not be published. Required fields are marked *