‘ରାମରାଜ୍ୟ’ରେ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ ରାଣୀ ପଣ୍ଡା

କୁମାର ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ-ହିନ୍ଦୀ ଛବି ‘ରାମରାଜ୍ୟ’ରେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ରାଣୀ ପଣ୍ଡାଙ୍କୁ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ପୂର୍ବତନ କାଉନ୍‌ସିଲର୍‌ ଭୂମିକାରେ ଅଭିନୟ କରିଛନ୍ତି। କାଉନ୍‌ସିଲର୍‌ ରାଣୀ ପୌର ନିର୍ବାଚନରେ ପରାଜୟ ବରଣ କରିବା ପରେ ବି ବସ୍ତିରେ ରହୁଛନ୍ତି ଓ ଲୋକଙ୍କ କଥା ବୁଝୁଛନ୍ତି। ‘ରାମରାଜ୍ୟ’ର କାହାଣୀରେ ରାଣୀଙ୍କ ଭୂମିକାଟି ବେଶ୍ ଦମ୍‌ଦାର୍‌। ଏଥିରେ ତାଙ୍କର ନାୟକ ପ୍ରେମ ପରିଜା, ନାୟିକା ପୁନମ୍ ମିଶ୍ରଙ୍କ ସହ ବେଶ୍‌ କେତୋଟି ଦୃଶ୍ୟ ରହିଛି।