ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସୁଛନ୍ତି । ପଶ୍ଚିମ ଓଡ଼ିଶାରେ ପୁଣି ଫୁଙ୍କିବେ ମନ୍ତ୍ର । କର୍ମୀଙ୍କୁ କରିବେ ଉତ୍ସାହ । ଆଗକୁ ଉପନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁଠୁ ଲୋକେ ଆସିବେ, କେତେ ଲୋକ ସାମିଲ୍ ହେବେ, ସୁରକ୍ଷା ବ୍ୟବସ୍ଥା କ’ଣ ରହିବ, ପାର୍କିଂ ସ୍ଥଳ କେଉଁଠି ହେବ ଆଦି ଦିଗ ଉପରେ ଘନ ଘନ ବୈଠକ ଆରମ୍ଭ ହୋଇଯାଇଛି।

ଉତ୍ତରାଞ୍ଚଳ ରାଜସ୍ବ କମିସନର ସଚିନ୍ ରାମଚନ୍ଦ୍ର ଯାଦବ, ଉତ୍ତରାଞ୍ଚଳ ପୁଲିସ୍ ଆଇଜି ହିମାଂଶୁ ଲାଲ୍, ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ବାଣ, ଏସ୍ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ପ୍ରମୁଖ ପ୍ରସ୍ତାବିତ ସଭା ସ୍ଥଳ ଅମଲୀପାଲିସ୍ଥିତ ପଡ଼ିଆରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହାପରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ମାରାଥନ୍ ବୈଠକ ହୋଇ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।
ସେପଟେ, ଆସନ୍ତା ୨୭ ତାରିଖ ଯାଏ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଥିବା ନେଇ ଆଜି ଜିଲ୍ଲପାଳ ଏକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି।

ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବି ଅଧିକାରୀ ଯେଭଳି ମୁଖ୍ୟାଳୟ ନଛାଡ଼ିବେ ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ପିଏମ୍ଓରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଜାରି କରାଯାଇନି, ତଥାପି ମଧ୍ୟ ସମସ୍ତ ଅଧିକାରୀ ଆଲର୍ଟ ରହିବାକୁ ଆଜିର ବୈଠକରେ ସୂଚନା ପ୍ରଦାନ କରାଯାଇଛି।
୨୭ ତାରିଖର କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଲୋକଙ୍କର ସମାଗମ ହେବାକୁ ଥିବା ବେଳେ କେଉଁ ଜିଲ୍ଲାରୁ କେତେ ଲୋକ ଆସିବେ ସେନେଇ ମଧ୍ୟ ଗତକାଲି ଆର୍ଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଏହାସହିତ ଝାରସୁଗୁଡ଼ା ବିମାନବନ୍ଦରରୁ ନେଇ ଅମଲୀପାଲି ପଡ଼ିଆ ଯାଏ ସୁରକ୍ଷା ବ୍ୟବସ୍ଥା, କେଉଁଠୁ କେତେ ଫୋର୍ସ ଆସିବେ ସେସମ୍ପର୍କରେ ବି ଆଲୋଚନା କରାଯାଇଥିଲା। ପୂର୍ତ୍ତ ବିଭାଗ, ପିଏଚ୍ଡି ବିଭାଗରୁ ନେଇ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟକୁ କାର୍ଯ୍ୟ ବଣ୍ଟନ କରାଯାଇଥିବା ବେଳେ ଟେଣ୍ଟ ବନ୍ଧା କାର୍ଯ୍ୟ ପା।ଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।