ରତ୍ନ ଭଣ୍ଡାରକୁ ଫେରିଲା ରତ୍ନ ଅଳଙ୍କାର, କେବେ ହେବ ଧାଡ଼ି ଦର୍ଶନ

ବହୁ ପ୍ରତୀକ୍ଷିତ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଆଜି ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ କରାଯାଇଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେଲା ପରେ ଏହାକୁ ସିଲ୍‌ କରିଦିଆଯାଇଛି। ତାପରେ ଦୁଇଟି ତାଲା ଲଗାଯାଇଛି। ଏହି ତାଲାଗୁଡ଼ିକର ଚାବି ଟ୍ରେଜେରିରେ ରଖାଯିବ। ସରକାରଙ୍କ ଏସ୍‌ଓପି ଅନୁଯାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ପରବର୍ତ୍ତୀ ସମୟରେ ବାହାର ରତ୍ନଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତର କରାଯିବ। ତେବେ ଏହାରି ଭିତରେ ଚର୍ଚା ହେଉଛି ଧାଡି ଦର୍ଶନ କେବେଠୁ କରାଯିବ । ଭକ୍ତମାନେ ମହାପ୍ରଭୁଙ୍କୁ ଟିକେ ଦର୍ଶନ ଭଲରେ କରିପାରୁନାହାଁନ୍ତି । କିନ୍ତୁ ଏନେଇ କାହାର ମତ ସମାନ ରହୁନି । ସେପଟେ କିନ୍ତୁ ରତ୍ନ ଭଣ୍ଡାର ନେଇ ସରକାର କାମ କରୁଛନ୍ତି ।