ଓଡ଼ିଶାରେ ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ଯୋଗାଇ ଦିଆଯିବ। ରାଜ୍ୟର ୩,୧୦,୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ଏହି ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ୧,୦୦୦ ଟଙ୍କା ଆବଶ୍ୟକ।
ଏହି ଯୋଜନା ପାଇଁ ମୋଟ ପାଣ୍ଠି ଅନୁମୋଦନ ନିମନ୍ତେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତୃପକ୍ଷ (ଓସେପା) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି। ଏହା ଦ୍ୱାରା ପିଲାମାନେ ସମାନ ପୋଷାକ ଓ ଆନୁସଙ୍ଗିକ ସାମଗ୍ରୀ ପାଇ ଶିକ୍ଷା ପରିବେଶରେ ସମାନତା ଓ ଆତ୍ମବିଶ୍ୱାସ ଅନୁଭବ କରିବେ।
ଏହି ପଦକ୍ଷେପ ଶିଶୁମାନଙ୍କୁ ନିୟମିତ ବିଦ୍ୟାଳୟ ଯିବାକୁ ଉତ୍ସାହିତ କରିବ ଏବଂ ସେମାନଙ୍କର ଶିକ୍ଷାଗତ ଅଭିଜ୍ଞତାକୁ ସୁଦୃଢ଼ କରିବ। ଓସେପାର ଏହି ଉଦ୍ୟମ ସରକାରୀ ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଆର୍ଥିକ ଅବସ୍ଥା ନିର୍ବିଶେଷରେ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ରଖିଛି। ଏହା ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି।









