କଣ କଥା ହେଲେ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସଂପର୍କରେ କଥାବାର୍ତ୍ତା ହୋଇଛି। ଏହି ସାକ୍ଷାତ ତ୍ରିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ସ୍ଥିରତା ଓ ସହଯୋଗ ବୃଦ୍ଧି ଉପରେ କେନ୍ଦ୍ରୀଭୂତ ଥିଲା।

ଉଭୟ ନେତା ଭାରତ-ରୁଷିଆ ମଧ୍ୟରେ ଅର୍ଥନୈତିକ, ପ୍ରତିରକ୍ଷା ଓ କୂଟନୈତିକ ସହଯୋଗକୁ ଆହୁରି ଗଭୀର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହା ସହ ଆନ୍ତର୍ଜାତୀୟ ମୁଦ୍ଦା ଓ ପାରସ୍ପରିକ ଲାଭଜନକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଠାରୁ ଟେଲିଫୋନ୍‌ କଲ୍‌ ପାଇ ତାଙ୍କ ସହିତ କଥା ହୋଇଛନ୍ତି ।

ରାଷ୍ଟ୍ରପତି ପୁଟିନ୍‌ ଗତ ସପ୍ତାହରେ ଆଲାସ୍କାଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତାଙ୍କର ସାକ୍ଷାତ ସମ୍ପର୍କରେ ନିଜର ଆକଳନ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହିତ କୂଟନୀତି ଏବଂ ଆଲୋଚନା ଜରିଆରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ସ୍ଥିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏ ଦିଗରେ ସବୁପ୍ରକାର ପ୍ରୟାସକୁ ଭାରତ ସମର୍ଥନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

Leave a Reply

Your email address will not be published. Required fields are marked *