ମୋହନ ସରକାର ଏବେ ମାସକୁ ଦଶ କିଲୋ ଚାଉଳ ଦେବେ । ରାଜ୍ୟର 80 କୋଟିରୁ ଅଧିକ ଲୋକ ଉପକାର ପାଇବେ । ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆସୁଛି। ସରକାରଙ୍କ କହିବା ଅନୁସାରେ ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା। ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି। ହିତାଧିକାରୀଙ୍କୁ ୫କିଲୋ ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଜାଣି ସରକାର ପରିମାଣରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି।
ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ବିଜେପି ସରକାରଙ୍କୁ ସମାଲୋଚନା କରିବା ପରେ ଯୋଗାଣ ମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି । ବିଜେଡି ନେତା କହିଥିଲେ ଯେ, “ଡବଲ ଇଞ୍ଜିନ ସରକାରରେ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟ କଥା କେନ୍ଦ୍ର ଶୁଣୁନାହିଁ। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଚାଉଳ ଉଠାଉ ନାହିଁ। ଆଉ ଗୋଟେ ପଟେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ଗରିବ ଲୋକଙ୍କୁ ଚାଉଳ ନଦେବା ପାଇଁ ସରକାର ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ରାସନ କାର୍ଡ କାଟିବାକୁ ସରକାର ପାଲା ଲଗାଇଛନ୍ତି । ବିଜେଡି ଯେତେବେଳେ ସରକାରରେ ଥିଲା, ସେତେବେଳେ ଆମେ କେନ୍ଦ୍ର ଓ ଏଫସିଆଇj ଦୃଷ୍ଟି ଆକର୍ଷଣ କରିଥିଲୁ। ଏବେ ରାଜ୍ୟ ସରକାରଙ୍କ ଗୋଟିଏ ଈଶାରାରେ ଚାଉଳ ଉଠିବା କଥା। ହେଲେ ତାହା ହେଉନାହିଁ। ଡବଲ ଇଞ୍ଜିନ ଯୋଗୁଁ ଓଡ଼ିଶାବାସୀ ଛଟପଟ ହେଉଛନ୍ତି ।”








