ଘାସିରାମ ମାଝୀ କହିଲେ କଂଗ୍ରେସ ଏଥର ଜିତିବ

ଗତ ଥର ଭୋଟ ବିଭାଜନ ହୋଇଥିଲା । ଏଥର କଂଗ୍ରେସ ପକ୍ଷରୁ ଏକା ସେ ଲଢ଼ୁଛନ୍ତି । ତେଣୁ ତାଙ୍କର ବିଜୟ ହେବ । ଏହା କହିଛନ୍ତି  ଘାସିରାମ ମାଝୀ। କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ଘାସିରାମ। ଏବେର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସ ଟିକେଟ୍‌ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ‌ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ତଥା ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ ଘାସିରାମ। ଗତ ନିର୍ବାଚନ ସମୟରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିଲେ, ତାହା କେବଳ ଆଦିବାସୀ ସଂଘ ଯୋଗୁ ମିଳିଥିଲା। ସେ ଗତ ନିର୍ବାଚନ ସମୟ‌ରେ କହିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ। ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।  ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି।

ଏଣେ ନୂଆପଡ଼ା ଉପନିର୍ବାଚନ ପାଇଁ  ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ  ବିଜେପି ପ୍ରାର୍ଥୀ ହୋଇଛନ୍ତି । ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ୧୬ ତାରିଖରେ ନାମାଙ୍କନ ଭରିବେ ଜୟ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।