ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ମାସିକିଆ ଗ୍ରାଉଣ୍ଡ ଜିରୋ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ। ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ଯାଏଁ ଚାଲିବ ଏହି ଅଭିଯାନ । ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲ୍ଲାରେ ସେବା ସଂକଳ୍ପ କାର୍ଯ୍ୟକ୍ରମ କରାଯିବ ।
ପଞ୍ଚାୟତ, ପୌର ନିର୍ବାଚନ ପୂର୍ବରୁ ବିଜେପିର ମାସିକିଆ ଗ୍ରାଉଣ୍ଡ ଜିରୋ କାର୍ଯ୍ୟକ୍ରମ । ମୋଦୀଙ୍କ ଜନ୍ମ ଦିନରେ ଲାଭାର୍ଥିଙ୍କ ପାଖରେ ପହଁଛିବାକୁ ବିଜେପିର ମେଗା ପ୍ଲାନ । ଜେନ-ଜିଙ୍କୁ ଯୋଡିବାକୁ ରୋଡମ୍ୟାପ ପ୍ରସ୍ତୁତ । ସେବା ସଂକଳ୍ପ ବ୍ୟାନରରେ ବିଜେପିର ଚାଲିବ ମାସେ ବ୍ୟାପି ଅଭିଯାନ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ଏହି ଅଭିଯାନ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି ।
ଯୋଜନା ଅନୁଯାୟୀ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲ୍ଲାରେ ସେବା ସଂକଳ୍ପ କାର୍ଯ୍ୟକ୍ରମ କରାଯିବ। ଏନେଇ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ, ଅନେକ ମନ୍ତ୍ରୀ , ସମସ୍ତ ସାଂଗଠନିକ ଜିଲ୍ଲାର ସଭାପତି, ପ୍ରଭାରୀ ଉପସ୍ଥିତ ଥିଲେ.।
୧୩ ଟି ପ୍ରମୁଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯିବାକୁ ବିଜେପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭାର୍ଥୀଙ୍କ ଘରେ ଦୀପ ପ୍ରଜ୍ଜଳନ କରାଯିବ।. ବିକଶିତ ଭାରତର ସଂକଳ୍ପ ନେବେ ଲାଭାର୍ଥୀ। ପ୍ରତ୍ୟେକ ସ୍କୁଲ ଏବଂ କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ। ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପରିବର୍ତ୍ତନର କାହାଣୀ ଉପରେ ଫଟୋ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ। ବିଭିନ୍ନ ଛକରେ ନମୋ ସେବା ଗାଥା ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହେବ।
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୁବକ ମାନଙ୍କୁ ସାମିଲ କରାଯିବ। ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା । ସେବା ମୋର ଯୋଗଦାନ କାର୍ଯ୍ୟକ୍ରମରେ ଲୋକଙ୍କ ଦ୍ୱାରରେ ପହଁଚିବେ ନେତା ଓ କର୍ମୀ । ଡବଲ ଇଂଜିନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ରଖିବେ । ଜନ ସେବକ ମହାକୁମ୍ଭରେ ଲକ୍ଷେ ୨୫ ହଜାର ଜନ ପ୍ରତିନିଧି ମାନେ ଏକା ବେଳେ ଗାଇବେ ଜାତୀୟ ସଂଗୀତ।
ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତକୁ ଦେଢରୁ ତିନି କୋଟି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷାଧିକ ଘର ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ସହ ଲୋକଙ୍କ ସହ ଯୋଡି ହେବାକୁ ସେବା ସଂକଳ୍ପ କାର୍ଯକ୍ରମ ମଧ୍ୟ ହାତକୁ ନେବ ଦଳ ।









