ଗୋଟିଏ ଇଂଜିନ ଗଂଜେଇ ଏବଂ ଅନ୍ୟ ଏକ ଇଂଜିନ ମଦ – ଅଖିଳେଶ ଯାଦବ

ଓଡ଼ିଶାରେ ସମାଜବାଦୀ ଚିନ୍ତା ଆରମ୍ଭ ହୋଇଥିଲା। ଓଡ଼ିଶାର ରାଜନୈତିକ ଇତିହାସ ସମାଜବାଦୀ ଚିନ୍ତାରେ ବିକଶିତ ହୋଇଛି। ତାହା କୌଣସି ଦଳ ହୋଇଥାଏ। ଅତୀତରେ ଓଡ଼ିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ସମାଜବାଦୀ ଚିନ୍ତାରୁ ହିଁ ଆରମ୍ଭ ହୋଇଥିଲା। କିନ୍ତୁ ଏଠାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନିକଟତର ହୋଇଛି, ସେହି ଦଳର ବିପର୍ଯ୍ୟୟର ଶିକାର ହୋଇଛି। ଏଠାକାର ଜନତା ସବୁବେଳେ ବିଜେପିକୁ ସମର୍ଥନ ଜଣାଇଛନ୍ତି। ଏହି ସମର୍ଥନର ଫଳ ଭାରତୀୟ ଜନତା ପାର୍ଟି ନିଜର ରାସ୍ତା ପ୍ରଶସ୍ତ କରିଥିଲା ଏବଂ ଓଡ଼ିଶାରେ ସରକାର ଗଢ଼ିଛି। ଆମେ ଭୋଟ୍‌ ଚୋରି କଥା ଶୁଣିଥିଲେ। ପୂର୍ବରୁ ଏଠାରେ ସରକାର ଚୋରି ହୋଇଛି ଏବଂ ଏବେ ପ୍ରାର୍ଥୀ ଚୋରି ହୋଇଛି। ସ୍ଥାନୀୟ ପୁଲିସ ପଡ଼ିଆରେ ‘ଜୟ ଜଗନ୍ନାଥ‘ ଉଚ୍ଚାରଣ କରି ଉଦ୍‌ବୋଧନ ଆରମ୍ଭ କରିଥିଲେ। ସେ କହିଥିଲେ ଓଡ଼ିଶା ହେଉଛି ପରଂପରାର ମାଟି। ଓଡ଼ିଶାର ଭାଷା ଓ ସଂସ୍କୃତି ଉଚ୍ଚକୋଟୀର। ଓଡ଼ିଶାର ଆଦିବାସୀ ଭାଇଭଉଣୀମାନଙ୍କୁ ସେମାନଙ୍କର ଅଧିକାର ଦିଆଯିବାର ଆବଶ୍ୟକତା ଅଛି। ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ସମାଜବାଦୀ ପାର୍ଟି (ସପା)ର ସଭାପତି ଅଖିଳେଶ ଯାଦବ ରବିବାର ଅପରାହ୍ଣରେ ଏହା କହିଛନ୍ତି। ଆମେ ଜାଣିବାକୁ ପାଇଲୁ ଯେ, ୧ କୋଟି ୨୦ ଲକ୍ଷ ଟଙ୍କାର ବେଆଇନ ମଦ ଓ ଗଂଜେଇ ଜବତ କରାଯାଇଛି। ଏଠାରେ ଡବଲ୍‌ ଇଂଜିନ ସରକାର କ’ଣ କରୁଛି। ଏହାର ଅର୍ଥ କ’ଣ ଗୋଟିଏ ଇଂଜିନ ଗଂଜେଇ ଏବଂ ଅନ୍ୟ ଏକ ଇଂଜିନ ମଦ ଦାୟିତ୍ବ ନେଇଛି?ଅଖିଳେଶ ପୂର୍ବତନ ସରକାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଉତ୍ତରପ୍ରଦେଶରେ ଆମ ସରକାର ସମୟରେ ସମସ୍ତଙ୍କୁ ଲ୍ୟାପ୍‌ଟପ୍‌ ଦେଇଥିଲୁ। ଓଡ଼ିଶାରେ ମଧ୍ୟ ପୂର୍ବତନ ସରକାର ଲ୍ୟାପ୍‌ଟପ୍‌ ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ନଦେଇ କିଛି ଲୋକଙ୍କୁ ଦେଇଥିଲେ। ୪୦ ବର୍ଷ ବୟସ୍କଙ୍କୁ ଆମେ ଯୁବାପିଢ଼ି ମନେ କରୁଛୁ। ରାଜ୍ୟର ସଡ଼କ ଉନ୍ନତ ହେଲେ ବିକାଶ ହେବ। ଏହା ଦ୍ବାରା ଚାଷୀମାନେ ମଧ୍ୟ ଉପକୃତ ‌ହୋଇପାରିବେ। ଚାଷୀମାନେ ମଣ୍ଡିକୁ ନିଜର ଫସଲ ସହଜନରେ ନେଇପାରିବେ। ଦରଦାମ ନିୟନ୍ତ୍ରଣ ରହୁନି। ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ବି‌ସ୍କୁଟ ପ୍ୟାକେଟର ଆକାର ଦିନକୁ ଦିନ ଛୋଟ ହେଉଛି। ଆମକୁ ଥରଟିଏ ସୁଯୋଗ ଦିଅନ୍ତୁ। ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀଙ୍କୁ ନୂଆପଡ଼ା ଉପନିର୍ବାଚନରେ ବିଜୟୀ କରାନ୍ତୁ। ଆମେ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ାଇବୁ।

ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ ସମାଜବାଦୀ ପାର୍ଟି ନିର୍ବାଚନ ଲଢ଼ିବ। ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏଥି ପାଇଁ ପ୍ରଥମେ ଦଳ ଯୁବପିଢ଼ିଙ୍କୁ ଦଳରେ ସାମିଲ କରିବ। ନୂଆପଡ଼ା ନିର୍ବାଚନରେ ଆମେ ପଛରେ ଅଛୁ ସତ, କିନ୍ତୁ ଆମେ ଦୁର୍ବଳ ନୋହୁଁ।