ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ’, ପ୍ରାର୍ଥୀ ଜୟ ‌ଢୋଲକିଆଙ୍କ ପାଇଁ ମାଗିଛନ୍ତି ଭୋଟ୍‌

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ନୂଆପଡ଼ାରେ ରୋଡ୍‌ ସୋ’ କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ ‌ଢୋଲକିଆଙ୍କ ପାଇଁ ଏହି ରୋଡ୍‌ ସୋ’ ମାଧ୍ୟମରେ ମତଦାତାଙ୍କୁ ଭୋଟ୍‌ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍‌ ସୋ’ ନୂଆପଡ଼ା ସହରରୁ ବାହାରିଛି, ଯାହା ଖରିଆର ରୋଡ୍‌ରେ ପହଞ୍ଚିବ। ପ୍ରାୟ ୧୦ କିଲୋମିଟରର ଏହି ରୋଡ୍‌ ସୋ’ରେ କଳାହାଣ୍ଡିର ସାଂସଦ ମାଳବିକା ଦେବୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପୁଣି ଥରେ ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଆଜି ପୂର୍ବାହ୍‌ଣରେ ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ଆସିଛନ୍ତି। ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେଇଥିଲେ। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଈଙ୍କ ଦର୍ଶନ କରିଥିଲେ। ଆଦିବାସୀମାନଙ୍କୁ ଅବହେଳା କରାଯାଇଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *