ଶେଷ ହୋଇଛି ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।
ଶ୍ରୀମନ୍ଦିର ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଖୁବ ଶୀଘ୍ର କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ସ୍ବତନ୍ତ୍ର କମିଟି। ସେବା ସମ୍ପୃକ୍ତ ସେବାୟତ ନିଯୋଗ ସହ ଆଲୋଚନା ପରେ ପରୀକ୍ଷାମୂଳକ ଭାବେ ଏହି ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ନାଟ ମଣ୍ଡପରେ ବାତାନୁକୂଳିତ ବ୍ୟବସ୍ଥା ନେଇ ଏଏସଆଇ ପକ୍ଷରୁ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ପାଇଁ ରାମ୍ପ ବ୍ୟବସ୍ଥା ନେଇ ଆଲୋଚନା କରାଯାଇ ଏସଓପି ଗଠନ କରାଯାଇ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୧୪ଟି ସବ କମିଟି ଗଠନ ହୋଇଛି। ଚାରି ଗୋଟି ସ୍ଥାୟୀ କମିଟି ଯଥା ନୀତି ସବକମିଟି, ଅର୍ଥ ସବକମିଟି, ରତ୍ନ ଭଣ୍ଡାର ସବ କମିଟି, ଅପିଲ ସବକମିଟି ଗଠନ ହୋଇଛି। ପ୍ରଥମ ଥର ପାଇଁ ସୁରକ୍ଷା ସବ କମିଟି ଗଠିତ କରାଯାଇଛି। ଡ଼ଃ ଗିରିଶ ମୁର୍ମୁ ଏହି ସୁରକ୍ଷା ସବ କମିଟି ର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି।
ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରଚାର ସବ କମିଟି ଗଠିତ ହୋଇଥିବା ବେଳେ ଗଜପତି ମହାରାଜା ଅଧ୍ୟକ୍ଷ ରହିଛନ୍ତି। ଭୂମି ସବ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରହି ଅଛନ୍ତି।ପ୍ରକଳ୍ପ ସାଂସ୍କୃତିକ ସବ କମିଟିର ଅଧ୍ୟକ୍ଷ ଅଛନ୍ତି ଗଜପତି ମହାରାଜା। ଶ୍ରୀଜଗନ୍ନାଥ ମନ୍ଦିର ପେନସନ ସବ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଅଛନ୍ତି। ଏଷ୍ଟାବ୍ଲିଶମେଣ୍ଟ ସବ କମିଟି, ଵିଧି ସବକମିଟି, ନୀତି ସମନ୍ୟୁୟ ସବ କମିଟି ଗଠିତ ହୋଇଅଛି। ଗତ ରଥଯାତ୍ରା ପୂର୍ବରୁ କରାଯାଇଥିବା ପ୍ରଶାସନିକ ବୈଠକ ରେ ନିଆଯାଇଥିବା ନିଷ୍ପତ୍ତି ନେଇ ଆଲୋଚନା କରାଯାଇ ଗୃହୀତ ହୋଇଥିଲା। ଅଦିନିଆ ରଥଯାତ୍ରା ନେଇ ବିହିତ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଶାସ୍ତ୍ରୀୟ ମତାମତକୁ ନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇଥିଲା। ଅନ୍ୟ ତିଥିରେ ରଥଯାତ୍ରା କରାଯିବ ନାହିଁ ଏ ନେଇ ସରକାରଙ୍କୁ ଅବଗତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ସେହିପରି ଧାଡି ଦର୍ଶନ ପାଇଁ ନୀତିକାନ୍ତି ଯେମିତି ପ୍ରଭାବିତ ହେବନି ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କରାଯିବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ମିଳିଛି । ମିଳିଥିବା ସୂଚନା ମୁତାବକ, ନୂଆକରି ୧୪ଟି ସବକମିଟି ଗଠନ କରାଯାଇଛି । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ କରାଯାଇଛି । ତେବେ ପ୍ରତ୍ୟେକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି । ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷଣା ଓ ପ୍ରକାଶନ ପାଇଁ ମଧ୍ୟ ସବକମିଟି ଗଠନ ହୋଇଛି ।









