ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି ନବୀନ

ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ କେତେକ ବରିଷ୍ଠ ନେତା ନବୀନ ନିବସରେ ପହଞ୍ଚି ଆଲୋଚନା କରିଥିବା ଜଣାଯାଇଛି। ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି ନବୀନ। ଦଳରେ ଶୃଙ୍ଖଳା ବଜାୟ ରଖିବାକୁ ନେତାମାନଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ଜଣାଯାଇଛି।
ଏପରିକି ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ  ନେତାଙ୍କୁ ବି ସେ ଅନୁରୋଧ କରିଛନ୍ତି। ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ସିଂହଦେଓ ଓ ବବି ଦାସ ପ୍ରମୁଖ ବିଜେଡି ସଭାପତିଙ୍କ ସହ ଆଲୋଚନା କରି ବାହାରିଛନ୍ତି।