ବିହାର ନିର୍ବାଚନ: ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି

ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏନଡିଏ(ବିଜେପି, ଜେଡିୟୁ, ଏଲଜେପି ଓ ଅନ୍ୟାନ୍ୟ ସହଯୋଗୀ ଦଳ) ୧୫୦ରୁ ୧୬୦ ଆସନରେ ବାଜି ମାରିବ ବୋଲି କୁହାଯାଉଥିଲା। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏନଡିଏ ପ୍ରାୟ ୨୦୩ ଆସନରେ ଆଗୁଆ ରହି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଯଦିଓ ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇ ନାହିଁ, ତେବେ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଦଳ ୨୦୦ ଆସନ ପାର କରିଛି।

Leave a Reply

Your email address will not be published. Required fields are marked *