ବିଜେପି ମହିଳା ସଭାନେତ୍ରୀ ସୁଭାଷିନୀ ପୁଷ୍ଟି ସହିତ ରାଜ୍ୟରେ ଥିବା ବିଜେପି ମହିଳା ନେତ୍ରୀ ମାନେ ନବ ନିଯୁକ୍ତି ମହିଳା କମିଶନ ଙ୍କୁ ଶ୍ରୀମତୀ ସୋଭନା ମହାନ୍ତି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହିଳା କମିଶନ ଅଫିସ ଯାଇ ସେଠାରେ ମହିଳାନେତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ମହିଳା କମିଶନର ଶ୍ରୀମତୀ ସୋଭନା ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଶ୍ରୀମତୀ ମହାନ୍ତି କହିଥିଲେ ଓଡିଶା ରେ ଏବେ ଛାତ୍ରଛାତ୍ରୀ ମାନେ ଆତ୍ମା ହତ୍ୟା କରିବା ଘଟଣାକୁ ନେଇ କହିଥିଲେ ଯେ ଯୁବତୀମାନେ ନିଜକୁ ଦୁର୍ବଳ ମନେ କରିବା କଥା ନୁହେଁ । ଜୀବନରେ ଅନେକ କିଛି କରିବାର ଅଛି । ଶେଷ ବାଟ ଆତ୍ମାହତ୍ୟା ନୁହେଁ । ସମସ୍ୟା ସମାଧାନ କରିବାକୁ ଆମେ ଚେଷ୍ଟା କରିବା । ଖାଲି ସରକାରଙ୍କୁ ସବୁ କଥାରେ ବି ଦାୟୀ କରାଯାଇ ପାରିବ ନାହିଁ ।

ସମସ୍ତେ ମିଶି କରି ସବୁ କଥା ସମାଧାନ କରିବା ଆବଶ୍ୟକ । ଆଊ ଭୁଲ ଯାହାର ଅଛି ଦୋଷୀକୁ ଦଣ୍ଡ ଦିଆ ଯିବା ଉଚିତ । ଯଦି ମହିଳାଙ୍କର କିଛି ସମସ୍ୟା ରହିଛି । ତେବେ ଆମ ପାଖକୁ ଆସନ୍ତୁ । ଆମେ ସବୁ ସମସ୍ୟାର ସମାଧାନ କରିବା । ଆତ୍ମା ହତ୍ୟା କରନ୍ତୁ ନାହିଁ । ନ୍ୟାୟ ପାଇଁ ଲଢେଇ କରନ୍ତୁ । ଶେଷରେ କହିଲେ ମଣିଷ ଜୀବନ ଦୁର୍ଲଭ ଜୀବନ । ଆଗକୁ ବଢ଼ିଚାଲିବା ଉଚିତ ।









