ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି କରିବେ ୟାମିନୀ ମାଲହୋତ୍ରା

ବିଗ୍‌-ବସରୁ ବଲିଉଡ୍‌ରେ ଏଣ୍ଟ୍ରି। ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ବିଗ ବସ୍ ୧୮ ପ୍ରତିଯୋଗୀ ୟାମିନୀ ମାଲହୋତ୍ରା।। ବିଗ୍ ବସ୍ ୧୮ରେ ସେ ନିଜର ବୋଲ୍ଡ ଏବଂ ସ୍ପଷ୍ଟ କଥା ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏବେ ଏକ ବଲିଉଡ୍ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ କମେଡି ସହିତ ଅନେକ ଆକର୍ଷଣୀୟ ମୋଡ଼ ଦେଖିବାକୁ ମିଳିବ।

ୟାମିନୀ ତାଙ୍କର ବଲିଉଡ୍‌ ଡେବ୍ୟୁ ବିଷୟରେ କହିଛନ୍ତି ଯେ, “ମୁଁ ସବୁବେଳେ ଅଭିନୟ କରିବାକୁ ପସନ୍ଦ କରୁଥିଲି। ବଲିଉଡ୍‌କୁ ଆସିବା ମୋର ସ୍ୱପ୍ନ ଥିଲା। ଏହି ଚଳଚ୍ଚିତ୍ରଟି କମେଡି ଏବଂ ଟ୍ୱିଷ୍ଟ୍‌ରେ ପରିପୂର୍ଣ୍ଣ ହୋଇଛି।” ୟାମିନୀ ଜଣେ ଅଭିନେତ୍ରୀ ଏବଂ ମଡେଲ ହେବା ବ୍ୟତୀତ ଜଣେ ଦନ୍ତ ଚିକିତ୍ସକ ମଧ୍ୟ। ସେ ଟିଭି ଶୋ “ଘୁମ୍ ହେ କିସିକେ ପ୍ୟାର୍ ମେ” ଏବଂ “ମେ ତେରି ତୁ ମେରା”ରେ କାମ କରିଛନ୍ତି। ୨୦୧୬ରେ, ସେ “ଚୁଟ୍ଟାଲବାଇ” ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ଏଥିସହ  ସେ ‘ବିଗ୍ ବସ୍ ୧୮’ ରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିଲେ।