ସୁପର ଡୁପର -75 ବ୍ୟାଚ ପକ୍ଷରୁ ଜୀବନ ଜ୍ୟୋତି ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ବର,05/09:   ଭୁବନେଶ୍ବରସ୍ଥିତ ଅଶୋକନଗର  ୟୁନିଟ -2 ବିଦ୍ୟାଳୟରେ ସୁପର ଡୁଇପର -75 ବ୍ୟାଚ୍ ତରଫରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି । ଏହି ଉପଲକ୍ଷେ ସମସ୍ତ ବନ୍ଧୁ ଏକତ୍ରିତ ହୋଇ ଅନେକ ଜନହିତକର କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରରେ ଆଜି ଖଣ୍ଟଗିରି ନିକଟସ୍ଥ ଜୀବନ ଜ୍ୟୋତି ଆଶ୍ରମକୁ ସୁପର ଡୁପର -75 ବ୍ୟାଚର କେତେ ଜଣ ବନ୍ଧୁ ପରିଦର୍ଶନରେ ଯାଇଥିଲେ ।  ଜୀବନ ଜ୍ୟୋତି ଆଶ୍ରମରେ ରହୁଥିବା 50ରୁ ଅଧିକ କୁନି କୁନି ଛାତ୍ରଛାତ୍ରୀଙ୍କ ସହ ଖୁସି ଗପ କରି ସେମାନଙ୍କ ସହ ସମୟ ବିତାଇଥିଲେ । ସେଠାରେ ରହୁଥିବା  କିଛି  ବୟୋଜ୍ୟଷ୍ଠ ବ୍ୟକ୍ତିମାନଙ୍କ ସହ ସ୍ବାସ୍ଥ୍ୟ ବିଷୟରେ ଗପସପ କରିଥିଲେ ।  ଆଶ୍ରମରେ ରହୁଥିବା ଅନ୍ତେବାସୀମାନେ  ନିଜନିଜର ଭାବର ଆଦାନ ପ୍ରଦାନ କରିଥିଲେ । କିଛି ସମୟ ପାଇଁ ସେମାନଙ୍କ ମୁହଁରେ ହସଫୁଟିଯାଇଥିଲା । ସତେଯେପରି ଏକ ଅଦ୍ଭୁତପୂର୍ବ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ଆଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀମାନଙ୍କୁ ସୁପର ଡୁପର-75 ବ୍ୟାଚର ବନ୍ଧୁମାନେ  ରନ୍ଧା ଖାଦ୍ୟ ବିତରଣ କରିଥିଲେ । ଏହି ରନ୍ଧାଖାଦ୍ୟ ବିତରଣ  ବ୍ୟାଚର ବନ୍ଧୁ ସମୀର ମହାନ୍ତିଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା । ଉପସ୍ଥିତ ଅନ୍ୟ ସମସ୍ତ ବନ୍ଧୁମାନେ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟ ଅନ୍ତେବାସୀଙ୍କୁ ପରିବେଷଣ କରିଥିଲେ  । ଯାହାକୁ ଖାଇବା ପରେ ସେଠାରେ ସମସ୍ତେ ପ୍ରଶଂସା କରିଥିଲେ । ସମସ୍ତ ଅନ୍ତେବାସୀ ଖୁସି ପ୍ରକଟ କରିଥିଲେ  ।

ସୁପର ଡୁପର -75 ବ୍ୟାଚ ପକ୍ଷରୁ ଜୀବନ ଜ୍ୟୋତି ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ଅନ୍ତେବାସୀମାନେ କହିଥିଲେ । ଏହି ବ୍ୟାଚର ବନ୍ଧୁମାନେ ମିଳିତ ଭାବେ ଆଶ୍ରମରେ ରହୁଥିବା ଅସହାୟ ଓ ଗରିବ ଲୋକଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରଥିବାରୁ ସେମାନ୍ତେ ଆନନ୍ଦିତ ହୋଇଥିଲେ । ବ୍ୟାଚର ବନ୍ଧୁମାନଙ୍କ ଦ୍ବାରା ଏହି ରନ୍ଧାଖାଦ୍ୟ ବଣ୍ଟନ ସାମାଜିକ ସେବା ଓ ମାନବୀୟତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିଲା ।

ଏଭଳି କାର୍ଯ୍ୟକ୍ରମରେ ସୁପର ଡୁପର ବ୍ୟାଚ-75 ର ବନ୍ଧୁ ସମୀର ମହାନ୍ତି, ପ୍ରବୋଧ କୁମାର ଦାସ, ଶିବବ୍ରତ ଘୋଷ , ସିଧାର୍ଥ କୁଅଁର, ବିରଞ୍ଚି ନାରାୟଣ ମହାନ୍ତି, ମନୋରଂଜନ ଦାସ, ପ୍ରଭୁରାଜ ପାତ୍ର, ବିଜୟ ପଣ୍ଡା, ଶିବାନନ୍ଦ ନନ୍ଦ, ଧନେଶ୍ବର ଚ୍ୟାଉପଟ୍ଟନାୟକ, ଦେବଦାସ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।  ସୁପର ଡୁପର ବ୍ୟାଚ-75  ବ୍ୟାଚ ଦ୍ବାରା ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନ୍ୟ କିଛି ସମାଜସେବା କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ମଧ୍ୟରେ ବୃଦ୍ଧ ଆଶ୍ରମ ଭ୍ରମଣ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *