୨୦୨୬ରେ ଆସିବ ଜିଓ ଆଇପିଓ, ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା

ମୁକେଶ ଅମ୍ବାନୀ କହିଛନ୍ତି ଆମେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଜିଓର ଆଇପିଓ ଆଣିବୁ । କଂପାନିର କାଗଜପତ୍ର ଦାଖଲ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରୁଛୁ। ଜିଓର ପବ୍ଲିକ ଇସ୍ୟୁ ୨୦୨୭ ଆର୍ଥିକ ବର୍ଷରେ ବଜାରକୁ ଆସିବ। ଏଜିଏମରେ, ମୁକେଶ ଅମ୍ବାନୀ କମ୍ପାନୀର ଅଭିବୃଦ୍ଧି ଏବଂ ରାଜସ୍ୱ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।

ଅମ୍ବାନୀ କହିଛନ୍ତି ଯେ ଜିଓ ଏହାର ଆଇପିଓ ଆଣିବା ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରୁଛି। ସମସ୍ତ ଅନୁମୋଦନ ମିଳିଲେ ଧାର୍ଯ୍ୟ ସମୟରେ ଆଇପିଓ ଜାରି କରାଯିବ। ରିଲାଏନ୍ସ ଗ୍ରୁପର ବାର୍ଷିକ ସାଧାରଣ ଅଧିବେଶନ ଅବସରରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଜିଓର ଆଇପିଓ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଆସିବ। ଅର୍ଥାତ୍ ଜିଓରେ ଆସନ୍ତା ବର୍ଷ ସାଧାରଣ ନିବେଶକମାନେ ନିବେଶ କରିପାରିବେ ।

Leave a Reply

Your email address will not be published. Required fields are marked *