ପୁରୀ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଭାବନା, ଏହା ଏକ ପବିତ୍ର ଅନୁଭବ, ଯାହା ଦିବ୍ୟ ଓ ସାଧାରଣଙ୍କୁ ସଂଯୋଗ କରିଥାଏ – ମୁଖ୍ୟମନ୍ତ୍ରୀ

ପ୍ରଭୁ ଜଗନ୍ନାଥ, ପ୍ରଭୁ ବଡ଼ଠାକୁର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀକ୍ଷେତ୍ରର ଏହି ଦିବ୍ୟମାଟିରେ ଉପସ୍ଥିତ ହବିଷ୍ୟାଳୀଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମୁଁ ପ୍ରଭୁଙ୍କ ଭକ୍ତଭାବରେ ଏଠାକୁ ଦ୍ବିତୀୟ ଥର ଆସିଛି। ପୂର୍ବରୁ ଗତବର୍ଷ ଏଠାକୁ ଆସିଥିଲି। ହବିଷ୍ୟର ଆଧ୍ୟାତ୍ମିକର ମହତ୍ବ ଆପଣମାନଙ୍କୁ ଭଲ ଭାବରେ ଜଣା ଅଛି। କାର୍ତ୍ତିକ ହେଉଛି ଭକ୍ତିର ମାସ ଭାବେ ବିବେଚନା କରାଯାଏ। ଶତାଦ୍ଦୀ ଶତାଦ୍ଦୀ ଧରି ଓଡ଼ିଆମାଆମାନେ ହବିଷ୍ୟ କରି କରିଆସୁଛନ୍ତି। ଏହି ବ୍ରତ ପ୍ରାର୍ଥନାର ବ୍ରତ। ଏହି ବ୍ରତ ମାଧ୍ୟମରେ କେବଳ ମନକୁ ଶାନ୍ତି ଦେଇ ନଥାଏ, ବରଂ ଆମ ଚାରିପାଖର ସମାଜକୁ ମଧ୍ୟ ଆଶୀର୍ବାଦ କରିଥାନ୍ତି।