ରାଉରକେଲାରେ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କଲେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ

ସକାଳ ୧୦ଟା ୨୦ ମିନିଟରେ ରାଉରକେଲା ବିମାନ ବନ୍ଦରେ ପହଞ୍ଚିଲେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ। ୧୦ ମିନିଟ ପରେ ଅର୍ଥାତ ୧୦ଟା ୩୦ ମିନିଟରେ ପହଞ୍ଚିଥିଲେ ସ୍ୱାଗତ ସମାରୋହ ସ୍ଥଳରେ   । ସାଥୀରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ  । ଦେଶାତ୍ମାକ ସଂଗୀତ ସହ ସାନ୍ତାଳୀ, କରମା, ସମ୍ବଲପୁରୀ ଓ ଓଡିଶୀ ନାଚରେ ୨୫୦୦ ଛାତ୍ରଛାତ୍ରୀ କରିଥିଲେ ଭବ୍ୟ ସ୍ୱାଗତ  ।  ଦର୍ଶକମାନଙ୍କ ତାଳିରେ କମ୍ପିଥିଲା ପୁରା ସଭାମଞ୍ଚ  ।  ପରେ ରାଷ୍ଟ୍ରପତି ନୃତ୍ୟ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଲେ  ।  ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇବା ସହ ହାତ ମିଳାଇଥିଲେ  ।

୧୧ଟା ୫୫ମିନିଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ସାମଗ୍ରୀ ଓ ଖାଦ୍ୟ ପ୍ରଦର୍ଶିତ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ  । ମହିଳା ଏସଏଚଜି ଗ୍ରୁପ ମହିଳାମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ  ।  ଅପରାହ୍ନ ୧୨ଟା ୨୫ମିନିଟରେ ମୁଖ୍ୟ ସଭା ମଞ୍ଚରେ ପହଞ୍ଚିଥିଲେ  । ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିଥିଲେ  ।  ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି  । ଏଥି ମଧ୍ୟରେ ୪୮ କୋଟିର  ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟିର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟିର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଓ ୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌ ରହିଛି ।  ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୨୫୦୦ ଶହ ଛାତ୍ରଛାତ୍ରୀ  ଓଡ଼ିଶୀ, ସାନ୍ତାଳୀ, କରମା ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଯାହା ବେଶ୍ ଚିତ୍ତାକର୍ଷକ ଥିଲା  ।  ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।