ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ , ହସପିଟାଲରେ ହେଲେ ଭର୍ତି

ଆଜି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅସୁସ୍ଥତା ନେଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ମନ୍ତ୍ରୀ, ବିଧାୟକ, ନେତା ଓ ସମର୍ଥକ ଭେଟୁଛନ୍ତି। ନବୀନ ଶୀଘ୍ର ଆରୋଗ୍ୟଲାଭ କରନ୍ତୁ ବୋଲି ତାଙ୍କର ସମର୍ଥକ ଓ ପ୍ରଶଂସକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସୋସିଆଲ ମିଡିଆରେ ନବୀନଙ୍କ ଆରୋଗ୍ୟ କାମନା କରି ଫଲୋଅର୍ସମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

ନବୀନ ପଟ୍ଟନାୟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ସମ୍‌ ଅଲ୍ଟିମେଟ୍‌ ମେଡିକାୟର ଆଡ଼କୁ ଅଗ୍ରସର ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

Leave a Reply

Your email address will not be published. Required fields are marked *