ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ରାଷ୍ଟ୍ରପତିଙ୍କ ଟେଲିଫୋନ୍ କଲ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ  ବ୍ରାଜିଲର ରାଷ୍ଟ୍ରପତି  ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ଟେଲିଫୋନ୍ କଲ୍ କରିଥିଲେ । ଦୁଇ ନେତା ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଶେଷ କରି ଆମେରିକା ଟାରିଫ ଲଗାଇବା ପରେ ବ୍ରାଜିଲ ରାଷ୍ଟ୍ରପତି କହିଥିଲେ ସେ ମୋଦିଙ୍କ ସହ କଥା ହେବାକୁ ପସନ୍ଦ କରିବେ । ଟ୍ରମ୍ପଙ୍କ ସହ କଥା ହେବେ ନାହିଁ ।

ପ୍ରଧାନମନ୍ତ୍ରୀ ଗତ ମାସରେ ତାଙ୍କର ବ୍ରାଜିଲ ଗସ୍ତକୁ ମନେ ପକାଇଛନ୍ତି, ଯେଉଁ ସମୟରେ ଦୁଇ ନେତା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକ-ଲୋକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ଢାଞ୍ଚା ଉପରେ ସହମତ ହୋଇଥିଲେ। ଏହି ଆଲୋଚନା ଉପରେ ଆଧାରିତ ହୋଇ, ସେମାନେ ଭାରତ-ବ୍ରାଜିଲ ରଣନୈତିକ ସହଭାଗୀତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ଦୁଇ ନେତା ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି।

Leave a Reply

Your email address will not be published. Required fields are marked *