ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ନଗଦମୁକ୍ତ ଚିକିତ୍ସା

ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ନଗଦମୁକ୍ତ ଚିକିତ୍ସା ଯୋଜନା, 2025 (ସ୍କିମ୍) 5 ମଇ, 2025 ର S.O. 2015(E) ଅନୁଯାୟୀ ସମଗ୍ର ଭାରତରେ ଆରମ୍ଭ ହୋଇଛି ।  ଯୋଜନାର ନିର୍ଦ୍ଦେଶାବଳୀ 4 ଜୁନ୍, 2025 ର S.O. 2489(E) ଅନୁଯାୟୀ ଅଧିସୂଚିତ କରାଯାଇଛି। ଏହି ଯୋଜନା ଅଧୀନରେ ମୋଟରଯାନ ବ୍ୟବହାର ଯୋଗୁଁ ଘଟିଥିବା ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଯେକୌଣସି ବ୍ୟକ୍ତି ପ୍ରତି ପୀଡିତଙ୍କ ପାଇଁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କଭର ପାଇବାକୁ ହକଦାର ହେବେ ।  ଯାହା ଦେଶର ଯେକୌଣସି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଦୁର୍ଘଟଣା ତାରିଖରୁ ସର୍ବାଧିକ 7 ଦିନ ପର୍ଯ୍ୟନ୍ତ ରହିବ।

ଯଦିଓ ଏହି ଯୋଜନା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PM-JAY) ପରିସର ମଧ୍ୟରେ ଆସୁନାହିଁ, ଏକ ବୈଧାନିକ ଯୋଜନା ହୋଇଥିବାରୁ, ଏହା ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ ଆଘାତ ଯତ୍ନ ପାଇଁ ସମୟୋପଯୋଗୀ, ସମାନ ଏବଂ ନଗଦମୁକ୍ତ ପ୍ରବେଶ ସୁନିଶ୍ଚିତ କରେ। ଏହି ଯୋଜନା ପଞ୍ଜିକରଣ, ଯାଞ୍ଚ ଏବଂ ଦାବି ପ୍ରକ୍ରିୟାକରଣ ପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ଆଇଟି ପ୍ଲାଟଫର୍ମକୁ ଉପଯୋଗ କରିବ । ଯାହା କାଗଜବିହୀନ ଏବଂ ଦକ୍ଷ ସେବା ପ୍ରଦାନକୁ ସକ୍ଷମ କରିଥାଏ। ବିଦ୍ୟମାନ ହସ୍ପିଟାଲ ନେଟୱାର୍କ ଏବଂ ପରିଭାଷିତ ସ୍ୱାସ୍ଥ୍ୟ ଲାଭ ପ୍ୟାକେଜଗୁଡ଼ିକୁ ବ୍ୟବହାର କରି, ଏହି ଯୋଜନା ଜରୁରୀକାଳୀନ ପରିସ୍ଥିତିରେ ଯତ୍ନର ନିରନ୍ତରତା, ପୋର୍ଟେବିଲିଟି ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରେ।

Leave a Reply

Your email address will not be published. Required fields are marked *