ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୧୩୨ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପଶ୍ଚିମ ଏସିଆର ଯୁଦ୍ଧ ବିଷୟରେ ଆଲୋଚନା କରି ଉପସାଗରୀୟ ଦେଶଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି। ଯୁଦ୍ଧ ସମୟରେ ଏହି ଦେଶଗୁଡ଼ିକରେ ଥିବା ଭାରତୀୟଙ୍କୁ ପୂରା ସୁରକ୍ଷା ଓ ସବୁ ସୁବିଧା ମିଳୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଗଲ୍ପ ଦେଶମାନଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ବର୍ତ୍ତମାନ ସମୟରେ ଗତ ମାସେ ଧରି ଏକ ଗମ୍ଭୀର ସଂଘର୍ଷ ଜାରି ରହିଛି। ସେଠାରେ ରହୁଥିବା ପ୍ରାୟ ୧୦ ମିଲିଅନ ଭାରତୀୟଙ୍କୁ ସମସ୍ତ ଆବଶ୍ୟକୀୟ ସମର୍ଥନ ଏବଂ ସୁବିଧା ଯୋଗାଇ ଦେବା ପାଇଁ ମୁଁ ଗଲ୍ଫ ଦେଶମାନଙ୍କ ପ୍ରତି ଗଭୀର କୃତଜ୍ଞ।” ଏଥିସହିତ ଏଭଳି ସଂକଟ ସମୟରେ ଗୁଜବ ଉପରେ ଭରସା ନ କରି ଏକଜୁଟ ହୋଇ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।ସେ ଦେଶକୁ କ୍ଷତି ପହଞ୍ଚାଇପାରୁଥିବା ଶୁଣାଶୁଣା ଏବଂ ଦଳୀୟ ମନ୍ତବ୍ୟ ବିରୁଦ୍ଧରେ ସତର୍କ କରାଇଥିଲେ। ଏହି ପ୍ରତିବନ୍ଧକକୁ ଏକତ୍ରିତ କରି ନାଗରିକମାନଙ୍କୁ ସଂଯମ ଏବଂ ଏକତା ରକ୍ଷା କରିବାକୁ ଅନୁରୋଧ କରିଥିଲେ।ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି“ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଏପରି କରିବାରୁ ନିବୃତ୍ତ ରହିବା ଉଚିତ,ଏବଂ ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନେ ଦେଶକୁ ବହୁତ କ୍ଷତି ପହଞ୍ଚାଉଛନ୍ତି। ଲୋକମାନେ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୂଚନା ଉପରେ ବିଶ୍ୱାସ କରିବା ଉଚିତ।”
ଲୋକଙ୍କୁ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଚିନି ବ୍ୟବହାର କମ କରିବାକୁ ଏବଂ ଖାଦ୍ୟ ତେଲ ବ୍ୟବହାରକୁ ୧୦ ପ୍ରତିଶତ ହ୍ରାସ କରିବାକୁ ମୋଦୀ କହିଛନ୍ତି।







