ଫେରିବ ମହାପ୍ରଭୁଙ୍କ ଜମି

 

ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଛି । ପ୍ରାୟ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ ହୋଇସାରିଛି । ବାକି ଗୁଡ଼ିକର କାଗଜ ପ୍ରସ୍ତୁତ କରାଯାଉଛି । ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ମହାପ୍ରଭୁଙ୍କର ଯେଉଁଠି ଭୂସମ୍ପତ୍ତି ଅଛି । ତାର ଠିକ୍ ଆକଳନ କିପରି ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ଅଛି ସେସବୁ ମହାପ୍ରଭୁଙ୍କ କାମରେ କିପରି ବିନିଯୋଗ ହେବ ସେନେଇ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ରାଜ୍ୟ ଏବଂ ରାଜ୍ୟ ବାହାର ମହାପ୍ରଭୁଙ୍କ ଅନେକ ସମ୍ପତ୍ତି ପଡ଼ି ରହିଛି । ଏହାକୁ ମାଡ଼ି ବସିଛନ୍ତି ଲୋକେ । ଏଥିରୁ ଲାଭ ପାଉଥିବା ବେଳେ ରିଟର୍ଣ୍ଣ କିଛି କରୁନାହାଁନ୍ତି । ଏବେ ଫେରିବ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି । ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଏହାକୁ ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ

Leave a Reply

Your email address will not be published. Required fields are marked *