ଜାତୀୟ କବାଡ଼ି ପ୍ରତିଯୋଗିତାରେ କମାଲ କଲେ ଓଡିଆ ଝିଅ

କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାଳିକା ବିଭାଗ ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭୁବନେଶ୍ୱର ସମ୍ଭାଗ ଟିମ୍‌ରେ ଥିବା ସୁନାବେଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅପରାଜିତା ରଥ ସଫଳତା ହାସଲ କରିଛନ୍ତି। କର୍ନାଟକର ବେଙ୍ଗାଲୁରୁ ଡିଆର୍‌ଡିଓ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଭାରତରୁ ୨୪ ଟିମ୍‌ ଭାଗ ନେଇଥିଲେ। ଫାଇନାଲରେ ଚେନ୍ନାଇ ସମ୍ଭାଗ ସହ ଭୁବନେଶ୍ୱର ସମ୍ଭାଗ ମଧ୍ୟରେ କବାଡ଼ି ଖେଳ ହୋଇଥିଲା। ଏଥିରେ ଭୁବନେଶ୍ବର ସମ୍ଭାଗ ରନରଅପ୍‌ ହୋଇଥିଲା।

Leave a Reply

Your email address will not be published. Required fields are marked *