ଝାଡ଼ୁଦାର ଚାକିରି ଦେବାକୁ କହି ଏକ ବଡ଼ ଧରଣର ଠକେଇ, ଅଭିଯୁକ୍ତଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ

ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ଦେବାକୁ କହି ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ କରିଛି। ସମମ୍ବପୁର, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲାରୁ ଅଭିଯୁକ୍ତମାନେ ଠକେଇ କରିଥିବା ଜଣାପଡିଛି।

ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଗରିବ ହିତାଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡିଛି। ଠକ ଦଳ ବିଭିନ୍ନ ଜିଲାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ଠକ ଦଳ ହାତାହାତି ଜଣକଠାରୁ ୧୨ ହଜାର ଲେଖାଏ ଆଦାୟ କରୁଥିଲେ।

ଏହି ଘଟଣାରେ ବୁର୍ଲା ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ପଚରାଉଚରା ପାଇଁ ଆଣିଥିଲା। ଖବର ପାଇ କିଛି ମହିଳା ଥାନା ଆଗରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ବୁଝାଶୁଝା ପରେ ସେମାନେ ଘରକୁ ଚାଲିଯାଇଥିଲେ।

ସଚନା ଯୋଗ୍ୟ, ଗତ କିଛି ଦିନ ହେଲା ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଝାଡ଼ୁଦାର ଚାକିରି କରାଇଦେବା ନାଁରେ କିଛି ଲୋକ ଜଣକଠାରୁ ୧୨ ହଜାର ଟଙ୍କା ଆଦାୟ କରାଯାଉଥିବା ଚାରିଆଡେ ଆଲୋଚନା ହୋଇଥିଲା। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ସୂଚନା ଜାରି କରାଯାଇଥିଲା । ନକଲି ଚାକିରି ପ୍ରତି ସାବଧାନ ରହିବାକୁ ସୂଚନା ଦିଆଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ନଗଦ ୬୨ ଲକ୍ଷ ଟଙ୍କା ଜବତ କରିଛି।

ଅନ୍ୟପକ୍ଷେ ଖବର ପାଇ ଠକେଇର ଶିକାର ହୋଇଥିବା ଶତାଧିକ ମହିଳା ଏବଂ ପୁରୁଷ ଗୁରୁବାର ଅପରାହ୍ନରେ ଥାନାରେ ପହଞ୍ଚି ଟଙ୍କା ଫେରସ୍ତ ଦାବି କରିଛନ୍ତି। ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ରାକେଟ ସମ୍ବଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ କରିଥିବାର ଜଣାପଡିଛି । ଝାଡ଼ୁଦାର ଚାକିରି ଦେବା ନାଁରେ ଜଣକଠାରୁ ୧୨ ହଜାର ଲେଖାଏଁ ଏମାନେ ଆଦାୟ କରୁଥିଲେ।

Leave a Reply

Your email address will not be published. Required fields are marked *