‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ରାତି ୧୨ଟା ଯାଏ ରହିବ , ଲ୍ୟାଣ୍ଡଫଲ୍‌ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଗଲା ବାତ୍ୟା

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବଡ଼ ଅପଡେଟ୍‌ । ବାତ୍ୟା ମୋନ୍ଥାକୁ ନେଇ ସବୁଠୁ ବଡ଼ ଅପଡେଟ୍‌ । ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ । ଲ୍ୟାଣ୍ଡଫଲ୍‌ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଗଲା ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା ପରିବର୍ତ୍ତେ ମଚ୍ଛଲିପଟନରେ ମାଡ଼ ହେବାକୁ ଯାଉଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୪ରୁ ୫ଘଣ୍ଟା ରହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମଡି ଡିଜି ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ମଧ୍ୟରାତ୍ରୀ ଯାଏ ରହିବ। ୧୨ଟା ଯାଏ ଏହି ପ୍ରକ୍ରିୟା ରହିବ। ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ ।

ସୂଚନାନୁସାରେ , ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲାରେ ପବନର ବେଗ ୬୦ରୁ ୬୫ କିମି ରହିଛି। ତେବେ ଆଉ କିଛି ସମୟ ପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେବଳ ଆଜି ନୁହେଁ ଆସନ୍ତାକାଲି ମଧ୍ୟ ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ। ରେଡ ଆଲର୍ଟ ଜିଲାରେ ବର୍ଷା ସହ ପବନ ମଧ୍ୟ ଜୋରରେ ବହିବ।

ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର କାକିନାଡାରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠୁଛି। ଏଥି ସହିତ ପ୍ରବଳ ବର୍ଷା ମଧ୍ୟ ହେଉଛି। ତେଣୁ ପବନର ବେଗ ବଢ଼ିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି। ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟ ରାତ୍ରୀରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଥିବାରୁ ଲୋକଙ୍କର ଜୀବନ ପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି। ଆଶା କରାଯାଉଛି ଯେ, ବାତ୍ୟା କାରଣରୁ ୧୪ ଲକ୍ଷ ଲୋକ ପ୍ରଭାବିତ ହେବେ।

Leave a Reply

Your email address will not be published. Required fields are marked *