ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ “ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି । ଏହି କ୍ରମରେ ଡୋଡାରେ ଦେଖିବାକୁ ମିଳିଥିଲା ବିଶାଳ ତ୍ରିରଙ୍ଗା ରାଲି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ ହଜାର ହଜାର ଲୋକେ । ୧୫୦୮ ମିଟର ଲମ୍ବର ଏହି ତ୍ରିରଙ୍ଗା ଥିଲା । ଏଥରେ ସମସ୍ତେ ହଜାର ହଜାର ଲୋକ ସାମିଲ୍ ହୋଇ ଜାତୀୟ ଅଭିଯାନ ପ୍ରତି ଦେଶପ୍ରେମ ଏବଂ ଆନୁଗତ୍ୟର ଭାବନା ପ୍ରଦର୍ଶନ କରିଥିଲେ ।









