ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୫ ହଜାର ଟଙ୍କା ସହ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ମିଳିଛି । ପୀଡ଼ିତାଙ୍କ ଘର ଅଞ୍ଚଳକୁ ନଯିବାକୁ, ଧମକ ନଦେବାକୁ ସର୍ତ୍ତ ରହିଛି । ତଳ କୋର୍ଟ ତାଙ୍କୁ ଜାମିନ ଦେବାକୁ ଅଗ୍ରାହ୍ୟ କରିବା ପରେ ଅମରେଶ  ହାଇକୋର୍ଟ ଯାଇଥିଲେ । ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ କର୍ପୋରେଟର ଅମରେଶ ଜେନାଙ୍କୁ ଦୁଷ୍କର୍ମ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।  ବିଏମସିର କର୍ପୋରେଟର ଅମରେଶ ଜେନାଙ୍କୁ (ଓରଫ୍ ବାୟାଁ) ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା । ଅମରେଶ ଜେନାଙ୍କୁ ଜୁଲାଇ ୨୭, ୨୦୨୫ରେ ଲାକ୍ଷ୍ମୀସାଗର ଥାନାରେ ଦାୟର ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲେ। ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଥିଲା ପୋଲିସ । ୨୦୨୪ ଫେବ୍ରୁଆରୀରେ ପୀଡ଼ିତା ନାବାଳିକା ଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *