ଭୁବନେଶ୍ବର ନୁହେଁ, ସର୍ବଭାରତୀୟ ସ୍ତରରେ ଆଜି ସୁନା ମହଙ୍ଗା ହୋଇଛି

ଶୁକ୍ରବାର ସ୍ଥାନୀୟ ବଜାରରେ ଉଭୟ ସୁନା ଓ ରୁପା ମହଙ୍ଗା ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୩,୪୦୦ ଟଙ୍କା ହୋଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୧୧୪୦ ଟଙ୍କା ବୃଦ୍ଧି ପାଇ ୯୦,୯୮୦ ଟଙ୍କା ହୋଇଛି। କେବଳ ଭୁବନେଶ୍ବର ନୁହେଁ, ସର୍ବଭାରତୀୟ ସ୍ତରରେ ଆଜି ସୁନା ମହଙ୍ଗା ହୋଇଛି। ରାଜଧାନୀରେ ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିଛି। ରୁପାର କିଲୋପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୪,୦୦୦ ଟଙ୍କା ହୋଇଛି।

ଗତ ତିନି ଦିନ ଭିତରେ ରୁପା ୪୦୦୦ ଟଙ୍କା ମହଙ୍ଗା ହୋଇଛି। ଏହା ପୂର୍ବରୁ ଚଳିତ ମାସ ୧୯ରେ ରୁପା ୧,୧୪,୦୦୦ ଟଙ୍କା ସ୍ତରରେ ଥିଲା। କିନ୍ତୁ ୨୧ ଓ ୨୨ ତାରିଖରେ ସେଥିରେ ୨୦୦୦ ଟଙ୍କା ଲେଖାଏଁ ହ୍ରାସ ଘଟିବାରୁ ତାହା ୧,୧୦,୦୦୦ ଟଙ୍କା ସ୍ତରକୁ ଖସିଯାଇଥିଲା। ସେହିଭଳି, ଗତ ତିନି ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୫୦୦ ଟଙ୍କାରୁ ଅଧିକ ଓ ୨୪ କ୍ୟାରେଟ୍ ଦାମ୍ ୧୬୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି।

 

Leave a Reply

Your email address will not be published. Required fields are marked *