ଆସୁଛି ପାର୍ବଣ ଋତୁ । ପୂଜା ମେଲୋଡି ପାଇଁ ଚାଳିଛି ପ୍ରସ୍ତୁତି । ତେବେ ଅଶ୍ଳୀଳ ନୃତ୍ୟକୁ ନେଇ ଅନେକ ଆଲୋଚନା ପରେ ଶେଷରେ ମନା କରାଯାଇଛି। ପୂଜାରେ ଅଶ୍ଲିଳ ନାଚକୁ ନେଇ ଅନେକ ଅଭିଯୋଗ ଆସିବାପରେ ବିମଏସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂଜାରେ ସୁରକ୍ଷା ଏବଂ ପାର୍କିଂକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ପାର୍କିଂ ନଥିଲେ ମିନା ବଜାର ପଡ଼ିବନି କି ରାବଣ ପୋଡ଼ି ପାଇଁ ଅନୁମତି ମିଳିବନି। ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ପୁଲିସ ବିଭାଗ ବାଣ୍ଟିବ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।
ରାସ୍ତା ଖରାପ ନେଇ ପିଡବ୍ଲୁଡିର ବିଭାଗୀୟ ଅଧିକାରୀଙ୍କୁ କମିସନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦେଇଛନ୍ତି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ ଟଙ୍କା ପ୍ରଦାନ କରାଯାଇଛି। ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ବିଏମସି କମିସନର ଚଞ୍ଚଳ ରାଣା,ମେୟର ସୁଲୋଚନା ଦାସ,ବିଭିନ୍ନ ୱାର୍ଡର କର୍ପୋରେଟର,ପୁଲିସ, ୱାଟକୋ, ଅଗ୍ନିଶମ ବାହିନୀ ଏବଂ ସମସ୍ତ ବିଭାଗର ଅଧିକାରୀ ସାମିଲ ଥିଲେ।









