ନବୀନ ପଟ୍ଟନାୟକ ବେଇମାନ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ

ନୂଆପଡ଼ା ଉପନିର୍ବାଚନ ତାତି ବଢ଼ିବାରେ ଲାଗିଛି। ସୋମବାର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପ୍ରଚାର କରି ବେଇମାନ ବୋଲି ଶବ୍ଦ କହି ନିଜେ ଫସିଯାଇଛନ୍ତି। କାରଣ ତାଙ୍କର ଅନେକ କାର୍ଯ୍ୟକଳାପ ଏପରି ଥିଲା ଯାହା ଲୋକଙ୍କ ମନରୁ ଲିଭି ନାହିଁ, ଯାହାକୁ ବେଇମାନି ବୋଲି କୁହାଯାଇପାରେ।

ଏହି କଥାକୁ ଚେତାଇ ଦେବା ଲାଗି  ବିଜେଡି ସଭାପତି ନବୀନ ପଟ୍ଟନାୟକ ବେଇମାନ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। ସେ ନିଜର ଫେସବୁକ୍ ରେ ‌ଲେଖିଛନ୍ତି, ନବୀନ ପଟ୍ଟନାୟକ ଆପଣଙ୍କୁ ଲୋକେ ୨୪ ବର୍ଷ କାଳ ବହୁତ ସମର୍ଥନ, ଆଶୀର୍ବାଦ, ଭରସା କରିଲେ l କିନ୍ତୁ ପ୍ରତିବଦଳରେ ପାଇଲେ କଣ?
ଆପଣ ଲୋକଙ୍କ ସହିତ ମିଶିଲେ ନାହିଁ କି ସାଧାରଣ ଓଡ଼ିଆ ଲୋକେ ଆପଣଙ୍କୁ ଭେଟିପାରିଲେ ନାହିଁ l ଓଡ଼ିଆ ଭାଷା ଆପଣ ଶିଖିଲେ ନାହିଁ l ରାଜନୀତିରେ ଅଣଓଡ଼ିଆଙ୍କ ହାକିମାତିର ବ୍ୟବସ୍ଥା କରିଲେ l ଏହା ଓଡ଼ିଆ ଲୋକଙ୍କ ପ୍ରତି ବେଇମାନ ନୁହେଁ କି?
ଓଡିଶାର ଲୋକେ ନିରଙ୍କୁଶ ଏବଂ କ୍ରମାଗତ କ୍ଷମତା  ନବୀନ ବାବୁଙ୍କୁ ଦେଇଥିଲେ ଯେଉଁ ଅବସର ଆଜି ପର୍ଯ୍ୟନ୍ତ ଆଉ କାହାକୁ ମିଳିନାହିଁ l କିନ୍ତୁ ହେଲା କଣ? 24 ବର୍ଷରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇପାରିଲା ନାହିଁ, ମହାନଦୀରେ ଗୋଟେ ବି ବନ୍ଧ ହୋଇପାରିଲା ନାହିଁ, ସବୁ କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଗଲା, ଓଡ଼ିଆ ବ୍ୟବସାୟୀ ମରିଗଲେ l ଏହା ବେଇମାନର ପରିଭାଷାରେ ଆସିବ କି ନାହିଁ?
ନୂଆପଡ଼ାର ବିଜେଡି ବିଧାୟକଙ୍କର ଦେହାନ୍ତ ହେଲା l ଆପଣଙ୍କ ଦଳ ପାଇଁ ବହୁତ କିଛି କରିଥିଲେ ସେ l କିନ୍ତୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆପଣ ଗଲେ ନାହିଁ l ଓଲଟା ଆପଣଙ୍କ ଦଳର ନେତାମାନେ ତାଙ୍କ ପରିବାର ପ୍ରତି ଅପଶବ୍ଦ ବ୍ୟବହାର କରିଲେ କିନ୍ତୁ ଆପଣ ଚୁପ ରହିଲେ l ଏହା କଣ ବେଇମାନି ନୁହେଁ କି?

ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଯେମିତି ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି ଆପଣ ଯାହା କରିଥିଲେ ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ?
ଏଣେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ‌ଢୋଲକିଆ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ମାଧ୍ୟମରେ ଭିଡିଓ ବାର୍ତ୍ତା ଜାରି କହିଛନ୍ତି। ସେ କହିଛନ୍ତି ଯେ, ଆଜି ମୋର ପରିବାର ସଂପର୍କରେ କିଛି କଥା କହିବାକୁ ସାମାଜିକ ଗଣମାଧ୍ୟମକୁ ଆସିଛି। ମୋର ପତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ପାଖାପାଖି ୨୪ ବର୍ଷ ଯାଏଁ ଗୋଟିଏ ଦଳ ‘ବିଜୁ ଜନତା ଦଳ’ ପାଇଁ ପୂରା ନିଷ୍ଠାର ସହିତ କାମ କରିଛନ୍ତି। କିନ୍ତୁ ତାଙ୍କର ଅନ୍ତିମ ସମୟରେ ଯେତେବେଳେ ସେ ଅସୁସ୍ଥ ଥିଲେ, ସେହିସମୟରେ ବିଜେଡି ପକ୍ଷରୁ କେହି ପଚାରି ନଥିଲେ। କେହି ଫୋନ୍‌ କରିନଥିଲେ। ରାଜେନ୍ଦ୍ର ଢୋଲକିଆ କେମିତି ଅଛନ୍ତି ବୋଲି ପଚାରି ନଥିଲେ।

Leave a Reply

Your email address will not be published. Required fields are marked *