ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ ସିଂ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କୁ ବଡ଼ ଦାୟିତ୍ବ ମିଳିବାର ସଂଭାବନା ସୃଷ୍ଟି ହୋଇଛି । ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ଭେଟିଛନ୍ତି । ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଏହି ଆକଳନ କରାଯାଉଛି । ଆଗକୁ ବିହାର ନିର୍ବାଚନ ଥିବାରୁ ବିହାରରୁ ହରିବଂଶଙ୍କୁ ଉପରାଷ୍ଟ୍ରପତି କଲେ ବିଜେପି ଓ ଜେଡିୟୁକୁ ଫାଇଦା ମିଳିବ ବୋଲି ଅଂକକଷା ହେଉଛି । ନୂଆ ଉପରାଷ୍ଟ୍ରପତି ସଂପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ପାଇଁ ଚୟନ କରାଯିବ । ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ।

ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ପଦ ଖାଲି ହେବା ପରେ ହରିବଂଶ ନାରାୟଣ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର ହୋଇଛି। ଜଗଦୀପ ଧନଖରଙ୍କ ଇସ୍ତଫା ପରେ, ପରବର୍ତ୍ତୀ ଉପରାଷ୍ଟ୍ରପତି ଚେହେରା ଉପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହରିବଂଶ ନାରାୟଣଙ୍କୁ ଏବେ ଏହି ଦୌଡ଼ରେ ଆଗୁଆ ବୋଲି ବିବେଚନା କରାଯାଉଛି।

ଗତକାଲି ଉପରାଷ୍ଟ୍ରପତି ଜଗଦୀପ ଧନଖର ଅଚାନକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏଥିପାଇଁ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ । ସଂସଦର ଅଧିବେଶନ ଚାଲିଥିବା ସମୟରେ ହିଁ ଉପରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ଏଣୁ ପରବର୍ତ୍ତି ଉପରାଷ୍ଟ୍ରପତି ଚୟନ ଲାଗି ନିର୍ବାଚନ ହେବା ପର୍ଯ୍ୟନ୍ତ ହରିବଂଶ ନାରାୟଣ ସିଂ ଗୃହରେ ସଭାପତିତ୍ବ କରିବେ ।

Leave a Reply

Your email address will not be published. Required fields are marked *