ସକାଳ ୧୦ଟା ୨୦ ମିନିଟରେ ରାଉରକେଲା ବିମାନ ବନ୍ଦରେ ପହଞ୍ଚିଲେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ। ୧୦ ମିନିଟ ପରେ ଅର୍ଥାତ ୧୦ଟା ୩୦ ମିନିଟରେ ପହଞ୍ଚିଥିଲେ ସ୍ୱାଗତ ସମାରୋହ ସ୍ଥଳରେ । ସାଥୀରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ । ଦେଶାତ୍ମାକ ସଂଗୀତ ସହ ସାନ୍ତାଳୀ, କରମା, ସମ୍ବଲପୁରୀ ଓ ଓଡିଶୀ ନାଚରେ ୨୫୦୦ ଛାତ୍ରଛାତ୍ରୀ କରିଥିଲେ ଭବ୍ୟ ସ୍ୱାଗତ । ଦର୍ଶକମାନଙ୍କ ତାଳିରେ କମ୍ପିଥିଲା ପୁରା ସଭାମଞ୍ଚ । ପରେ ରାଷ୍ଟ୍ରପତି ନୃତ୍ୟ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଲେ । ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇବା ସହ ହାତ ମିଳାଇଥିଲେ ।
୧୧ଟା ୫୫ମିନିଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ସାମଗ୍ରୀ ଓ ଖାଦ୍ୟ ପ୍ରଦର୍ଶିତ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ମହିଳା ଏସଏଚଜି ଗ୍ରୁପ ମହିଳାମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଅପରାହ୍ନ ୧୨ଟା ୨୫ମିନିଟରେ ମୁଖ୍ୟ ସଭା ମଞ୍ଚରେ ପହଞ୍ଚିଥିଲେ । ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟିର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟିର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଓ ୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍ ରହିଛି । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୨୫୦୦ ଶହ ଛାତ୍ରଛାତ୍ରୀ ଓଡ଼ିଶୀ, ସାନ୍ତାଳୀ, କରମା ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଯାହା ବେଶ୍ ଚିତ୍ତାକର୍ଷକ ଥିଲା । ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।