ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି

ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ସିଜେଆଇ(ମୁଖ୍ୟ ନ୍ୟାୟାଧୀଶ) ଭାବରେ ଶପଥ ପାଠ କରାଇଥିଲେ। ଏହି ସମୟରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଉପସ୍ଥିତ ଥିଲେ।

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ ସିଜେଆଇ ଭାବରେ କାର୍ଯ୍ୟକାଳ ୨୩ ନଭେମ୍ବର, ୨୦୨୫ ରେ ଶେଷ ହୋଇଥିଲା। ସେ ସାଢ଼େ ଛଅ ମାସ ପାଇଁ ଏହି ପଦରେ ରହିଥିଲେ। ସିଜେଆଇ ଭାବରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ପ୍ରାୟ ଦେଢ଼ ବର୍ଷ ହେବ। ସେ ୯ ଫେବୃଆରୀ, ୨୦୨୭ ରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ ୬୩ ବର୍ଷ।

Leave a Reply

Your email address will not be published. Required fields are marked *