ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଲେ ନିଯୁକ୍ତିପତ୍ର। ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମେଗା ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୭ହଜାର ୨୯୩ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ରାଜ୍ୟ ସରକାରଙ୍କ ୧୨ଟି ବିଭାଗର ଏମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ୧୨ଟି ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୧୫୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ଏଥିରେ ୧୯୧୩ ଜଣ ମାଧ୍ୟମିକ ଶିକ୍ଷକ ଥିବାବେଳେ ୨୪୧ଜଣ ପିଜିଟି ଶିକ୍ଷକ ଅଛନ୍ତି।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ୧୭୫୦ଜଣ, ସୂଚନା ଓ ଲୋକସମ୍ପର୍କ ବିଭାଗର ୩୯ଜଣ ଏସ୍ଡିଆଇପିଆର୍ଓ, ଇସ୍ପାତ ଓ ଖଣି ବିଭାଗର ୧୪ଜଣ ଜୁନିଅର କେମିଷ୍ଟ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୫ଜଣ ପାରାମେଡିକ୍, ବାଣିଜ୍ୟ ଓ ପରିବହନ ନିଯୁକ୍ତି ମେଳା ବିଭାଗର ୧୭ଜଣ କନିଷ୍ଠ ଷ୍ଟେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୬୭୨ଜଣ ଏଏଫ୍ଓ, ଉଚ୍ଚ ଶିକ୍ଷା ବିଭାଗର ୭୪ଜଣ ଜୁନିଅର ଆସିଷ୍ଟାଣ୍ଟ, ପିଇଟି, ଲାବୋରେଟୋରି ଆସିଷ୍ଟାଣ୍ଟ, କୃଷି ଓ କୃଷକ ସଶକ୍ତକରଣ ବିଭାଗର ୧୧୭ଜଣ, ଆଡଭୋଗେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ୪୦ଜଣ, ଜଳସମ୍ପଦ ବିଭାଗରେ ୩୬ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଛି । ଗୃହ ବିଭାଗର ୨୩୬୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ମନ୍ତ୍ରୀ ଙ୍କ ସମେତ ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାୟକ, ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।









