୨୪ ଖୋ ଖୋ ଖେଳାଳିଙ୍କୁ ମିଳିଲା ନିଯୁକ୍ତି

ରିକ୍ରୁଟମେଣ୍ଟ ଟ୍ରାଏଲ୍‌ରେ ଉତ୍ତୀର୍ଣ୍ଣ ହେବା ପରେ ସ୍ପୋଟର୍‌ସ କୋଟା ଜରିଆରେ ୨୪ ଖୋ ଖୋ ଖେଳାଳିଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ରେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ରହିଛନ୍ତି।

ନିଯୁକ୍ତି ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ଅଲ୍‌ଟିମେଟ୍‌ ଖୋ ଖୋରେ ମୁମ୍ବାଇ ଖିଲାଡ଼ିଜ୍‌ ତରଫରୁ ଖେଳୁଥିବା ଶେନଗାଲ ଗଜାନନ ମାରୁତି ଓ ବିସାଗ ଏସ୍‌ ଅନ୍ୟତମ ରହିଛନ୍ତି। ସେହିପରି ମିନୁ ଖୋ ଖୋ ବିଶ୍ୱକପ୍‌ରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ବେଳେ ସ୍ବିଟି, ଅନନ୍ୟା ପ୍ରଧାନ ଭାରତ ବନାମ ମାଲେସିଆ ଦ୍ୱିପାକ୍ଷିକ ସିରିଜରେ ଖେଳିଥିଲେ।

ଏହି ପରିପ୍ରେକ୍ଷୀରେ ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ (କେକେଏଫ୍‌ଆଇ) ସଭାପତି ସୁଧାଂଶୁ ମିତ୍ତଲ କହିଛନ୍ତି ଦେଶରେ ଖୋ ଖୋ ଖେଳ କ୍ରମେ ଲୋକପ୍ରିୟ ହେବାରେ ଲାଗିଛି। ନିଯୁକ୍ତି ସୁଯୋଗ ଯୋଗୁ ଏହି ଖେଳକୁ କ୍ୟାରିୟର କରିବା ଲାଗି ଯୁବପିଢ଼ି ଆଗଭର ହେବେ ବୋଲି ତାଙ୍କର ଆଶା।

Leave a Reply

Your email address will not be published. Required fields are marked *