ଟାରିଫକୁ ନେଇ ଆମେରିକା ସୁପ୍ରିକକୋର୍ଟ ଟ୍ରମ୍ପ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଆମେରିକୀୟ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଟ୍ରମ୍ପ ପ୍ରଶାସନ । ଗତ ସପ୍ତାହରେ ଫେଡେରାଲ କୋର୍ଟ କହିଥିଲେ ଯେ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ଆମେରିକାର ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଶୁଳ୍କ ଲଗାଇବାକୁ ଯଥାର୍ଥ ଦର୍ଶାଇ କହିଥିଲେ ଯେ ଏହି ନିଷ୍ପତ୍ତି ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ନିଆଯାଇଥିଲା। ତେବେ ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି ଭାରତ ଅଧିକ ଟାରିଫ ଲଗାଉଛି । ଆମେରିକାର ସାମଗ୍ରୀ ଭାରତରେ ଚାଲୁନାହିଁ । ସେଥିପାଇଁ ଭାରତ ସାମଗ୍ରୀ ଉପରେ ଟିକସ ଲାଗିଛି । ଆଗାମୀ ଦିନରେ ଅଧିକ ଟାରିଫ ଲାଗିବ । ଭାରତ ତେଲ ବିକି ଅଧିକ ଲାଭ ପାଉଥିବା ମଧ୍ୟ ଟ୍ରମ୍ପ କହିଛନ୍ତି ।
ଏହା ସହ ଆମେରିକା ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ, “ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନରେ ଚାଲିଥିବା ଯୁଦ୍ଧର ମୁକାବିଲା କରିବା ପାଇଁ ଏଭଳି ଟାରିଫ ଲଗାଇଛନ୍ତି । ଏହା ଯୁଦ୍ଧଗ୍ରସ୍ତ ଦେଶରେ ଶାନ୍ତି ପାଇଁ ପ୍ରୟାସର ଅଂଶ ଭାବରେ କରାଯାଇଥିଲା।” ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କର ଜରୁରୀକାଳୀନ ଶକ୍ତି ବ୍ୟବହାର କରିବାର ଅଧିକାର ଅଛି। ରୁଷିଆ ତେଲ ବିକି ସେହି ଟଙ୍କାରେ ଯୁଦ୍ଧ କରୁଥିବା ଟ୍ରମ୍ପଙ୍କ ସରକାର କହିଛି ।
ଟ୍ରମ୍ପଙ୍କ ବିରୁଦ୍ଧରେ ଆବେଦନରେ କୁହାଯାଇଛି ଯେ, “ଶୁଳ୍କ ନିଷ୍ପତ୍ତି ବୈଦେଶିକ ନୀତିକୁ ବିପଦରେ ପକାଇଛି। ଅନ୍ୟ ଦେଶମାନଙ୍କ ସହିତ ଆଲୋଚନା ଉପରେ ଅନିଶ୍ଚିତତାର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପୂର୍ବରୁ ସ୍ଥିର ହୋଇଥିବା ଢାଞ୍ଚା ଚୁକ୍ତି ଏବଂ ଆଲୋଚନାକୁ ବିପଦରେ ପକାଇଛି।”









