ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସଂଶୋଧିତ ଆୟକର ବିଲ ଉପସ୍ଥାପନ କରିଛନ୍ତି। ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି। ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି। ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା। ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ।









