ସାରା ବିଶ୍ବରେ ଯାହା ଅଛି ତାହା ଓଡ଼ିଶାରେ ରହିଛି

ସାରା ବିଶ୍ବରେ ଯାହା ଅଛି ତାହା ଓଡ଼ିଶାରେ ରହିଛି। ଆମ ପାଖରେ ମାଇନ୍ସ , ମିନେରାଲ ଅଛି। ଆମ ପାଖରେ କିଛି କମି ନାହିଁ। ଓଡ଼ିଶାରେ ରୂପାନ୍ତରିତ କରିବାକୁ ଆମର ଦୃଢ ଇଛା ଶକ୍ତି ଆବଶ୍ୟକ। ଆମେ କଠିନ ପରିଶ୍ରମ ଯଦି କରିବା ଯାହା ୫୦ ବର୍ଷରେ ହୋଇପାରିନି ତାହା ୫ ବର୍ଷରେ ହୋଇପାରିବ। ବିକଶିତ ଓଡ଼ିଶା ପାଇଁ ପରିଶ୍ରମ କଲେ ଆମେ ଶାଗ ମାଛରେ ଖଣି ଖାଦନ ବିକିବା ନାହିଁ। ଆମ ଲୋକ ଦାଦନ ଯିବେ ନାହିଁ। ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ(ଆଇସିସି)  ଓ  ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକାଶିତ ଓଡ଼ିଶା ‘ଓଡ଼ିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ରେ ସେ ଏହା କହିଛନ୍ତି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ  କହିଥିଲେ ଯେ ଆଜି ଶିଳ୍ପ କ୍ଷେତ୍ରରେ ଆମେ ଆଗକୁ ବଢୁଛୁ। ଆମ ସରକାର ଶିଳ୍ପ କ୍ଷେତ୍ରରେ ବଢିବାକୁ ପ୍ରାଥମିକତା ଦେଉଛନ୍ତି। ଆମ ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶ କିଭଳି ବାସ୍ତବିକତା ନେବ ତାହା ଆମର ପ୍ରଥମ ପ୍ରାଥମିକତା। ଓଡିଶାରେ ମାଇନିଂ ଥିବା କାରଣରୁ ମାଇନିଂ ବେସ୍ ଶିଳ୍ପ ଗଢିଉଠିଛି। ଯଦି ପାରାଦୀପରେ ନାଥା କାକର ପ୍ଲାଣ୍ଟ ହେବ ତେବେ ପେଟ୍ରୋ କେମିକାଲରେ ଆମେ ଅନେକ ଆଗକୁ ଯାଇପାରିବା। ଓଡିଶାରେ ଏମଏସଏମଇ କ୍ଷେତ୍ରରେ ପ୍ରାଥମିକତା ରହୁଛି। ଓଡ଼ିଶାରେ ଯୁବ ମାନବସମ୍ବଳକୁ କିଭଳି ଦକ୍ଷ କରାଯିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଓଡିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଆମ ସରକାର କାମ କରୁଛି।

Leave a Reply

Your email address will not be published. Required fields are marked *