ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ ,ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୩୧ଟି ନୂତନ ଜିଲ୍ଲା ଗଠନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭାଗକୁ ପ୍ରାପ୍ତ ହୋଇଛି। ତେବେ ଏଥିନେଇ ପ୍ରଚଳିତ ନୀତି ନିୟମ ଅନୁଯାୟୀ ସରକାର ଉପଯୁକ୍ତ ସମୟରେ ବିଚାର କରିବେ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ସୂଚନା ଅନୁସାରେ ନୂତନ ଜିଲ୍ଲା ପାଇଁ ଦାବି ହେଉଥିବା ସ୍ଥାନ ଗୁଡ଼ିକ ହେଲା ; ପଦମପୁର, ଧର୍ମଗଡ଼, ପଶ୍ଚିମ ମୟୁରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ବଣାଇ, ରାଉରକେଲା, ବେଦବ୍ୟାସ, ଟିଟିଲାଗଡ, କଣ୍ଟାବାଞ୍ଜି, ପାଟଣାଗଡ଼, ତାଳଚେର, ପାଲଲହଡା, ଭୁବନେଶ୍ୱର, ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଞ୍ଜନଗର, କବିସୂର୍ଯ୍ୟନଗର, ଚଣ୍ଡିଖୋଲ, ଆଠଗଡ଼, କୁଚିଣ୍ଡା, ବାଲିଗୁଡା, ଆନନ୍ଦପୁର, ନୀଳଗିରି, ସୋର, ଜଳେଶ୍ୱର, ନିମାପଡା, ଗୁଣୁପୁର ଓ ଜୟପୁର।ବଡମ୍ବା ବିଧାୟକ ବିଜୟ ଦଳବେହେରା ଗୃହରେ ଲିଖିତ ଆକାରରେ ପ୍ରସ୍ତାବିତ ନୂଆ ଜିଲ୍ଲା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରେ କେଉଁକେଉଁ ଜିଲ୍ଲାର କେଉଁକେଉଁ ଅଞ୍ଚଳକୁ ନୂତନ ଜିଲ୍ଲାପାଇଁ ପ୍ରସ୍ତାବ ଦିଅ ଯାଇଛି ଓ ସରକାର ଏଥିନେଇ ସରକାରଙ୍କ ପ୍ରସ୍ତୁତି ଏବଂ ଘୋଷଣା ସମ୍ପର୍କରେ ପ୍ରଶ୍ନ କରିଥିଲେ ଶ୍ରୀ ଦଳବେହେରା।

Leave a Reply

Your email address will not be published. Required fields are marked *