ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା। ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଏମ୍ସକୁ କରାଗଲା ଏୟାରଲିଫ୍ଟ। ଏଥିପାଇଁ ଭୁବନେଶ୍ୱର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏଁ ହୋଇଥିଲା ଗ୍ରୀନ କରିଡର । କମିଶନରେଟ ପୋଲିସ ପକ୍ଷରୁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଥିଲା। ପୀଡିତାଙ୍କ ଯିବା ରାସ୍ତା ହୋଇଥିଲା ଟ୍ରାଫିକ ଫ୍ରି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ଏମସରେ ସ୍ଵତନ୍ତ୍ର ଟିମ୍ ଚିକତ୍ସା କରିବେ । ପୀଡ଼ିତାଙ୍କ ଶରୀରର ୭୦ରୁ ୭୫ ପ୍ରତିଶତ ପୋଡିଯାଇଛି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମସକୁ ପୀଡ଼ିତାଙ୍କୁ ପଠାଯାଇଛି। ଏନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ନିଆଯାଉଛି। ଏଥିଲାଗି ଗ୍ରିନ୍ କରିଡର୍ର ବ୍ୟବସ୍ଥା କରାଯାଇଛି। ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶକ ଶ୍ରୀ ବିଶ୍ବାସ କହିଛନ୍ତି, ନାବାଳିକା ଜଣକ ଆଗାମୀ ୪୮ ଘଣ୍ଟା ଅବଜରଭେସନ୍ରେ ରହିଥିଲେ। ସେ ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ଥିଲେ। ୨୦ରୁ୨୫ ପ୍ରତିଶତ ବ୍ୟତୀତ ଶରୀର ଅନ୍ୟ ସ୍ଥାନ ପୋଡ଼ିଛି। ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ। କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି।









