ରଣଭୂମି ପାଲଟିଲା ଲୋୟର ପିଏମଜି ,କଂଗ୍ରେସ କର୍ମୀଙ୍କ ଉପରେ ପାଣି ଓ ଟିୟର ଗ୍ୟାସ ମାଡ଼

କଂଗ୍ରେସ ପକ୍ଷରୁ ଲଢ଼େଇ । କଂଗ୍ରେସର ବିରାଟ ପ୍ରତିବାଦ ଯୋଗୁ ଭୁବନେଶ୍ୱରର ଲୋୟର ପିଏମଜି ରଣଭୂମି ପାଲଟିଛି। ପଥର, ଅଣ୍ଡା ଏବଂ ଟମାଟୋ ମାଡ ସହିତ ଚେୟାର ଫିଙ୍ଗା ମଧ୍ୟରେ ପୁଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ଏବଂ ପାଣି ବ୍ୟବହାର କରିଛି।

କଂଗ୍ରେସ କର୍ମୀମାନେ ପଥର, ଅଣ୍ଡା ଏବଂ ଟମାଟୋ ଫିଙ୍ଗିବାରୁ ପୁଲିସ ପାଣି ତୋପ ବ୍ୟବହାର କରିଥିଲା। ଏହା ବ୍ୟତୀତ କଂଗ୍ରେସ ପ୍ରଦର୍ଶନକାରୀମାନେ ସେମାନଙ୍କର ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ କର୍ତ୍ତବ୍ୟରତ ପୁଲିସଙ୍କ ଉପରେ ଚେୟାର ଫିଙ୍ଗିଥିଲେ।

ଏହାକୁ ପ୍ରତିହତ କରିବା ପାଇଁ ପୁଲିସ ପକ୍ଷରୁ ଭିଡ଼ଙ୍କୁ ଛତ୍ରଭଙ୍ଗ କରାଇବା ପାଇଁ ଲୁହବୁହା ଗ୍ୟାସ୍ ବ୍ୟବହାର କରିଥିଲାସୂଚନାଯୋଗ୍ୟ, ମହିଳା ବିରୋଧୀ ଅପରାଧକୁ ନେଇ କଂଗ୍ରେସ ୨୭ ମାର୍ଚ୍ଚରେ ଓଡ଼ିଶା ବିଧାନସଭା ଘେରାଉ କରିବାକୁ ଡାକରା ଦେଇଥିଲା। ମାର୍ଚ୍ଚ ୧୨ ତାରିଖରେ ଏହି ଘୋଷଣା କରାଯାଇଥିଲା। କଂଗ୍ରେସ ଦୁଇ ନମ୍ବର ବିରୋଧୀ ହେବା ପାଇଁ ଏପରି କରିଥିବା ଆଲୋଚନା ହେଉଛି ।