ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ରୁଷକୁ ଏହାର ଗମ୍ଭୀର ପରିମାଣ ଭୋଗିବାକୁ ପଡିବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଧମକ ଦେଇଛନ୍ତି । ଯୁଦ୍ଧ ବନ୍ଦ ନକଲେ ରୁଷିଆ ଫଳ ଭୋଗିବ ବୋଲି କହିଛନ୍ତି । ଟ୍ରମ୍ପ ନିଜେ ବିବୃତି ଜାରି କରି ଏହି ଚେତାବନୀ ଦେଇଛନ୍ତି। ଆସନ୍ତାକାଲିର ବୈଠକ ପୂର୍ବରୁ ଏହି ଧମକ ଜାରି କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆସନ୍ତାକାଲି ଆଲାସ୍କାରେ ପୁଟିନଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଭେଟିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା କଥାବାର୍ତ୍ତା ଉପରେ ସାରା ବିଶ୍ବର ରହିଛି ନଜର। ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତ ହେଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବି ଅସ୍ତ୍ରବିରତି ପ୍ରସଙ୍ଗରେ ରାଜି ଥିବା କୁହାଯାଉଛି। ଏହି କଥାବାର୍ତ୍ତା ଉଭୟ ରୁଷ ଓ ୟୁକ୍ରେନ ମଧ୍ୟରେ କିଛି ଅଞ୍ଚଳକୁ ଦିଆନିଆ କରାଯାଇପାରେ ବୋଲି ଜଣାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ନକରେ ତେବେ ସେଥିଲାଗି ରୁଷକୁ ଅତି ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ବୁଧବାର ଦିନ କେନେଡି ସେଣ୍ଟରରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ ଏହି ବିବୃତି ରଖିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରୁଷ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହୁଏ ତେବେ ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୁଷ ଉପରେ ଆମେରିକା ଜାରି କରିଥିବା ଟାରିଫକୁ ବୃଦ୍ଧି କରିବ ଆମେରିକା।

ଅଧିକ ଟାରିଫ ସହ ପ୍ରତିବନ୍ଧକ ଲାଗୁ କରାଯିବ। ଆସନ୍ତାକାଲି ଦୁଇ ସୁପରପାୱାରେ ଆଲାସ୍କାରେ ଆଲୋଚନା କରିବେ। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥାବାର୍ତ୍ତା। ୟୁକ୍ରେନ ଯୁଦ୍ଧର ଅବସାନ ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା।

 

Leave a Reply

Your email address will not be published. Required fields are marked *