ଟ୍ରମ୍ପ ରାଗ ବଢ଼ୁଛି, କହିଲେ ଅଧିକ ଟାରିଫ ଭାରତ ଉପରେ ଲାଗିବ

ଟାରିଫକୁ ନେଇ ଆମେରିକା ସୁପ୍ରିକକୋର୍ଟ ଟ୍ରମ୍ପ ସରକାରଙ୍କୁ ପ୍ରଶ୍ନ କରିଥିଲେ ।  ଆମେରିକୀୟ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଟ୍ରମ୍ପ ପ୍ରଶାସନ । ଗତ ସପ୍ତାହରେ ଫେଡେରାଲ କୋର୍ଟ କହିଥିଲେ ଯେ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ଆମେରିକାର ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଶୁଳ୍କ ଲଗାଇବାକୁ ଯଥାର୍ଥ ଦର୍ଶାଇ କହିଥିଲେ ଯେ ଏହି ନିଷ୍ପତ୍ତି ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ନିଆଯାଇଥିଲା। ତେବେ ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି ଭାରତ ଅଧିକ ଟାରିଫ ଲଗାଉଛି । ଆମେରିକାର ସାମଗ୍ରୀ ଭାରତରେ ଚାଲୁନାହିଁ । ସେଥିପାଇଁ ଭାରତ ସାମଗ୍ରୀ ଉପରେ ଟିକସ ଲାଗିଛି । ଆଗାମୀ ଦିନରେ ଅଧିକ ଟାରିଫ ଲାଗିବ । ଭାରତ ତେଲ ବିକି ଅଧିକ ଲାଭ ପାଉଥିବା ମଧ୍ୟ ଟ୍ରମ୍ପ କହିଛନ୍ତି ।

ଏହା ସହ ଆମେରିକା ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ, “ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନରେ ଚାଲିଥିବା ଯୁଦ୍ଧର ମୁକାବିଲା କରିବା ପାଇଁ ଏଭଳି ଟାରିଫ ଲଗାଇଛନ୍ତି ।  ଏହା ଯୁଦ୍ଧଗ୍ରସ୍ତ ଦେଶରେ ଶାନ୍ତି ପାଇଁ ପ୍ରୟାସର ଅଂଶ ଭାବରେ କରାଯାଇଥିଲା।” ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କର ଜରୁରୀକାଳୀନ ଶକ୍ତି ବ୍ୟବହାର କରିବାର ଅଧିକାର ଅଛି। ରୁଷିଆ ତେଲ ବିକି ସେହି ଟଙ୍କାରେ ଯୁଦ୍ଧ କରୁଥିବା ଟ୍ରମ୍ପଙ୍କ ସରକାର କହିଛି ।

ଟ୍ରମ୍ପଙ୍କ ବିରୁଦ୍ଧରେ ଆବେଦନରେ କୁହାଯାଇଛି ଯେ, “ଶୁଳ୍କ ନିଷ୍ପତ୍ତି ବୈଦେଶିକ ନୀତିକୁ ବିପଦରେ ପକାଇଛି। ଅନ୍ୟ ଦେଶମାନଙ୍କ ସହିତ ଆଲୋଚନା ଉପରେ ଅନିଶ୍ଚିତତାର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପୂର୍ବରୁ ସ୍ଥିର ହୋଇଥିବା ଢାଞ୍ଚା ଚୁକ୍ତି ଏବଂ ଆଲୋଚନାକୁ ବିପଦରେ ପକାଇଛି।”

 

Leave a Reply

Your email address will not be published. Required fields are marked *