କାଲିଠୁ ଲାଗୁ ହେବ ଜିଏସଟି: କମିବ ଦରଦାମ

ପ୍ରଧାନମନ୍ତ୍ରୀ କହିଛନ୍ତି କାଲିଠାରୁ ‘GST ସଞ୍ଚୟ ଉତ୍ସବ’ ଆରମ୍ଭ ହେବ । କମ୍ ଟ୍ୟାକ୍ସ, ଆତ୍ମନିର୍ଭର ଭାରତ, ସ୍ବେଦେଶୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହା ଦ୍ୱାରା ଦେଶର ଅର୍ଥନୀତିକୁ ମଜବୁତ୍ କରି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରାଯାଇପାରିବ ।

ଆସନ୍ତାକାଲିଠୁ GST (ଗୁଡ଼ସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ) ନୀତିରେ ପରିବର୍ତ୍ତନ ହେବ ।ଏହାଦ୍ବାରା ସମସ୍ତେ ୧୦-୧୫% GST ସଞ୍ଚୟର ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଦେଶର ପରିଶ୍ରମକୁ ସମ୍ମାନ ଦେଉଁଛୁ। ଏହା ଦ୍ୱାରା ଲକ୍ଷାଧିକ ଭାରତୀୟ ଶ୍ରମିକଙ୍କ ଜୀବନଧାରଣ ସୁଧରାିବ ।

ସ୍ୱଦେଶୀ ଦେଶର ସମୃଦ୍ଧିକୁ ଶକ୍ତି ଦେବ। ଆମେ ଯାହା ଉତ୍ପାଦନ କରୁ ତାହା ବିଶ୍ୱରେ ସର୍ବୋତ୍ତମ ହେବା ଉଚିତ, ଏବଂ ଆମର ଉତ୍ପାଦର ଗୁଣବତ୍ତା ଭାରତର ବିଶ୍ୱ ପ୍ରତିଷ୍ଠାକୁ ବୃଦ୍ଧି କରିବା ଉଚିତ। ଯେପରି ସ୍ୱଦେଶୀର ମନ୍ତ୍ର ଦେଶର ସ୍ୱାଧୀନତାକୁ ଶକ୍ତି ଦେଇଥିଲା, ସେହିପରି ସ୍ୱଦେଶୀ ଦେଶର ସମୃଦ୍ଧିକୁ ଶକ୍ତି ଦେବ। ଆମକୁ ଭାରତରେ ନିର୍ମିତ ଜିନିଷପତ୍ର କିଣିବାକୁ ପଡିବ।

ଆମକୁ ପ୍ରତ୍ୟେକ ଘରକୁ ସ୍ୱଦେଶୀର ପ୍ରତୀକ କରିବାକୁ ପଡିବ। ପ୍ରତ୍ୟେକ ଦୋକାନକୁ ସ୍ୱଦେଶୀରେ ସଜାଯିବା ଉଚିତ। ଗର୍ବର ସହିତ ଘୋଷଣା କରିବାକୁ ପଡିବ ଯେ ଏହା ସ୍ୱଦେଶୀ। ଗର୍ବର ସହିତ ଘୋଷଣା କରିବାକୁ ପଡିବ ଯେ ମୁଁ ସ୍ୱଦେଶୀ କିଣେ ଏବଂ ବିକେ। ଏହା ପ୍ରତ୍ୟେକ ଭାରତୀୟଙ୍କ ମନୋଭାବ ହେବା ଉଚିତ।

ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି । କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟ କରାଯାଇଛି । GST ସଂସ୍କାରରୁ ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ । ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ । ଆୟକର କମିବ । GST ସଂସ୍କାର ଦ୍ବାରା ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଫାଇଦା ନେବେ । * ଲଘୁ ଓ କୁଟିର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ ।

ଟେକ୍ସଟାଇଲ୍ , ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ୍ , ମୋବାଇଲ୍, ଅଟୋମୋବାଇଲ୍ , ଦୁଇ ଚକିଆ ଗାଡି ସବୁ ଦାମ କରିବ ବୋଲି କହିଛନ୍ତି ମୋଦି । ବିଦେଶୀ ଅପେକ୍ଷା ସ୍ବେଦେଶୀ ସାମଗ୍ରୀ କିଣିବାକୁ ସେ ଆହ୍ବାନ ଦେଇଛନ୍ତି । ଏହା ଦ୍ୱାରା ଦେଶର GDPରେ ୨-୩% ଅଧିକ ବୃଦ୍ଧି ହେବାର ଆଶା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *